ଏମିତି ଏକ ଦେଶ, ଯେଉଁଠି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସବୁଠାରୁ ଅଧିକ କରୁଛନ୍ତି ଆତ୍ମହତ୍ୟା । ଜାଣନ୍ତୁ କାରଣ

51

ସିଙ୍ଗାପୁରରେ ଗତ ବର୍ଷ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଆତ୍ମହତ୍ୟା କରିବା ମାମଲାର ରେକର୍ଡରେ ବୃଦ୍ଧି ଘଟିଛି । ଏକ ବେସରକାରୀ ସଂସ୍ଥା ଏହି ସୂଚନା ପ୍ରଦାନ କରିଛି । ଏହି ସଂସ୍ଥା ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ବୃଦ୍ଧଙ୍କ ଜନସଂଖ୍ୟାକୁ ଦେଖି ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ଲୋକଙ୍କ ପାଇଁ ମଜବୁତ୍ ସହଯୋଗୀ ତନ୍ତ୍ର ବିକସିତ କରିବା ଉପରେ ଜୋର ଦେଇଛନ୍ତି । ଆତ୍ମହତ୍ୟାର ଘଟଣାକୁ ରୋକିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ସଂଗଠନ ଏସଓଏସ କହିଛି କି, ପରିବାର ଉପରେ ବୋଝ ବନିବାର ଡର, ସାମାଜିକ ସ୍ତରରୁ ବାସନ୍ଦ, ଶାରୀରିକ ଅକ୍ଷମତା ଓ ଦୁର୍ବଳ ମାନସିକତା ବୃଦ୍ଧଙ୍କ ସାମନାକୁ ଆସୁଥିବା ସବୁଠାରୁ ସାମାନ୍ୟ ଚ୍ୟାଲେଂଜ ।

ବର୍ଷ ୨୦୧୭ରେ ୬୦ ବର୍ଷ ବା ତା’ ଠାରୁ ଅଧିକ ବୟସର ଲୋକଙ୍କ ଦ୍ୱାରା ଆତ୍ମହତ୍ୟା କରାଯାଉଥିବା ମାମଲା ବଢ଼ିକି ୧୨୯ ହୋଇଯାଇଛି, ଯାହାକି ଏକ ରେକର୍ଡ ତଥା ଏହି ବର୍ଷରେ ସାମନାକୁ ଆସିଥିବା ମୋଟ୍ ଆତ୍ମହତ୍ୟା ମାମଲାର ୩୬ % ।

ବିଶ୍ୱର ସବୁଠାରୁ ବୃଦ୍ଧ ବ୍ୟକ୍ତିଙ୍କ ସ୍ଥାନ ପାଇଥିବା ୧୧୭ ବର୍ଷୀୟ ଜାପାନୀ ମହିଳା ଚିୟୋ ମିୟାକୋଙ୍କ ଦେହାନ୍ତ ହୋଇଗଲା । ତାଙ୍କ ପରିବାର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ୦୨ ମେ ୧୯୦୧ରେ ଜନ୍ମ ନେଇଥିବା ମିୟାକୋ ଏପ୍ରିିଲରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ବନିଥିଲେ । ଏହା ପୂର୍ବରୁ ଏହିି ରେକର୍ଡ କିକାଇ ଦ୍ୱୀପର ନିବି ତାଜିମା ପାଖରେ ଥିଲା ଯାହାଙ୍କ ମୃତ୍ୟୁ ମଧ୍ୟ ୧୧୭ ବର୍ଷ ବୟସରେ ହୋଇଥିଲା ।

ଗିନିଜ ୱାଲ୍ଡ ରେକର୍ଡ ତାଙ୍କ ପରେ ଏହି ସମ୍ମାନର ଅନ୍ୟ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରିନି । ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରଣାଳୟ କହିଛି କି ଏହାପରେ ଜାପାନର ନୂଆ ସବୁଠାରୁ ବୟସ୍କ ବ୍ୟକ୍ତି ୧୧୫ ବର୍ଷୀୟ ଜଣେ ମହିଳା କାନେ ତନାକା ।