ବାରମ୍ବାର ଟଙ୍କା ବଦଳାଇବା ଘଟଣା : ଆଙ୍ଗୁଳିରେ କଳା ଦାଗ ଲାଗିବା ନିଷ୍ପତି ଉପରେ ଆପତ୍ତି ଉଠାଇଲେ ନିର୍ବାଚନ କମିଶନ

22

କନକ ବ୍ୟୁରୋ : ବାରମ୍ବାର ଟଙ୍କା ବଦଳାଇବା ପାଇଁ ହାତ ଆଙ୍ଗୁଳିରେ କଳା ଦାଗ ଲାଗିବା ନିଷ୍ପତି ଉପରେ ଆପତ୍ତି ଉଠାଇଛନ୍ତି ନିର୍ବାଚନ କମିଶନ । ଏନେଇ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ଅର୍ଥମନ୍ତ୍ରୀଙ୍କୁ । ବିଶେଷ କରି ଆଗକୁ ନିର୍ବାଚନ ଥିବା ଅଂଚଳରେ ଏହି କାଳି ଲଗାଇବା ଉପରେ ଆପତ୍ତି ଉଠାଇଛନ୍ତି । ଏହି କାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଲିଭୁ ନଥିବାରୁ ଏହା ମତଦାନ ବେଳେ ଦ୍ୱନ୍ଦ୍ୱ ଉପୁଜାଇ ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ ।

ବୁଧବାର ଦିନ ଅର୍ଥନେତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ ଯେ ଅନେକ ଅସାଧୁ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଜରିଆରେ ବାରମ୍ବାର ଟଙ୍କା ବଦଳାଉଛନ୍ତି । ସେମାନଙ୍କୁ ରୋକିବା ପାଇଁ ଟଙ୍କା ବଦଳାଇବା ବେଳେ ଆଙ୍ଗୁଳିରେ କାଳି ଲଗାଯିବ । ତେବେ ଏହି ବ୍ୟବସ୍ଥା ନିର୍ବାଚନ ହେବାକୁ ଥିବା ଅଂଚଳରେ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।