ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ହାତେଇବ ଗଡ଼ ? ଚାଲିବ ମୋଦି ମ୍ୟାଜିକ୍ ନା ଦେଖାଯିବ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ କରିସ୍ମା

39

କନକ ବ୍ୟୁରୋ : ଗୁଜରାଟ ବିଧାନସଭାର ୧୮୨ ସିଟ୍ ଓ ହିମାଚଳ ପ୍ରଦେଶର ୬୮ ବିଧାନସଭା ସିଟ ପାଇଁ ଭୋଟ୍ ଗଣତି ସକାଳ ୮ ଟା ରୁ ଆରମ୍ଭ ହୋଇଯାଇଛି । ଏବଂ କିଛି ସମୟ ଭିତରେ ଆସିଯିବ ୨୦୧୭ର ସବୁଠାରୁ ବଡ଼ ନିର୍ବାଚନର ଫଳାଫଳ । ସୂଚନା ଅନୁସାରେ ବଭିନ୍ନ ଚ୍ୟାନେଲ କରିଥିବା ଏଗଜିଟ୍ ପୋଲର ଅନୁମାନ ଅନୁସାରେ ବିଜେପି ବହୁତ ଉତ୍ସାହିତ ଅଛି । ନିର୍ବାଚନ ଦିନ ହିଁ ବିଜେପି ସରକାର ଗୁରାଟାରେ ନିର୍ବାଚନ ଜିତିବ ବୋଲି ଦୃଢ଼କ୍ତି କରିଥିଲେ । ତେବେ ବିଜେପିର ଏହି ଦାବିକୁ କଂଗ୍ରେସ ବେକାର ବୋଲି ଦର୍ଶାଇଛି । ଏହାର ମଧ୍ୟ ରହିଛି ଠୋସ୍ କାରଣ ।

ଗୁଜରାଟରେ ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧି ଓ ହାର୍ଦ୍ଦିକ ପଟେଲଙ୍କ ପାଇଁ ହୋଇଥିବା ଭିଡ଼ ଆଧାରରେ କଂଗ୍ରେସ ବିଜେପି ସରକାରକୁ ମାତ ଦେବ ବୋଲି ଦାବି କରିଛି । କଂଗ୍ରେସ ଆଶା ବାନ୍ଧିଛି ରାହୁଲ ଅଧ୍ୟକ୍ଷ ହେବା ପରେ ନିର୍ବାଚନ ଜିତିବା ରାହୁଲଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେବ । ହିମାଚଳପ୍ରଦେଶରେ ୯ ନଭେମ୍ବରରେ ଆରମ୍ଭ ହୋଇଥିଲା ନିର୍ବାଚନ । ଏବଂ ଗୁଜରାଟରେ ୯ ଓ ୧୪ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ ।

ଚୁନାବ ଆୟାଗ ମୁତାବକ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ହୋଇଥିବା ର୍ନିର୍ବାଚନରେ ୬୮.୪୧ ପ୍ରତିଶତ ମତଦାନ ହୋଇଛି । ସୂଚନା ଅନୁସାରେ ୨୦୧୨ରେ ବିଜେପି, ବିଧାନସଭା ନିର୍ବାଚନରେ ୪୮.୩୦ ପ୍ରତିଶତ ଭୋଟ୍ ସହ ୧୧୫ ସିଟ୍ ହାସଲ କରିଥିଲା । ଅନ୍ୟପଟେ କଂଗ୍ରେସକୁ ୪୦.୫୯ ପ୍ରତିଶତ ଭୋଟ୍ ସହ ୬୧ ସିଟ୍ ମିଳିଥିିଲା । ତେବେ ଏକଜିଟ୍ ପୋଲର ଅନୁମାନ ଅନୁସାରେ ଗୁଜରାଟରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିବ ବୋଲି ଆଶା କରିଛି ଦଳ । ସମସ୍ତ ଏଜଜିଟ ପୋଲ୍ ଅନୁସାରେ ଗୁଜରାଟରେ ବିଜେପି, ୧୮୨ ରୁ ୧୧୬ ସିଟ ହାସଲ କରିବ ।