ଆକର୍ଷଣୀୟ ଦିଶିବାକୁ ଯାଇ ଏକତା ହେଲେ ହଟ୍ଟହଟ୍ଟା !

25

ଅଧିକାଂଶ ସମୟରେ ସିନେ ତାରକାମାନେ ହଟ୍ ତଥା ଆକର୍ଷଣୀୟ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ତରିକା ଆପଣେଇ ଥାନ୍ତି । ଆଉ ବେଳେ ବେଳେ ଏହା ମଧ୍ୟ ସେମାନଙ୍କ ପାଇଁ ମହଙ୍ଗା ପଡିଥାଏ । ତେବେ ନିକଟରେ ବଲିଉଡ୍ ଜଗତର ନାମକରା ସିନେମା ନିର୍ମାତା ତଥା ଏକତା କପୁର ହୋଇଛନ୍ତି ହଟ୍ଟହଟ୍ଟାର ଶିକାର ।

ସୂଚନା ଅନୁସାରେ, ଏକତା କୋଲକତାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିଲେ । ସେଥିରେ କିପରି ହଟ୍ ଦିଶିବେ ସେଥିଲାଗି ସେ ଏକ ବ୍ଲାକ୍ କଲର୍ର ଗାଉନ୍ ପିନ୍ଧିଥିଲେ । ଯଦିଓ ଏହା ତାଙ୍କୁ ଅଧିକ ଆକର୍ଷଣୀୟ କରିଥିଲା ମାତ୍ର ଏହା ତାଙ୍କୁ ଅଡୁଆରେ ମଧ୍ୟ ପକାଇଥିଲା ।

ଅର୍ଥାତ୍ ଯେତେବେଳେ ସେ ଆସନ ଗ୍ରହଣ କରିବାକୁ ଉଦ୍ୟମ କରିଥିଲେ ସେହି ସମୟରେ ହିଁ ସେ ପିନ୍ଧିଥିବା ପୋଷାକଟି ଧୋକ୍କା ଦେଇଥିଲା । ତାଙ୍କର ଅଙ୍ଗ ଦିଶିବାରେ ଲାଗିଥିଲା ଯାହାକୁ ସେ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହୋଇଯାଇଛି ଭାଇରାଲ ।