ମହିଳାମାନଙ୍କୁ ପ୍ରତିଦିନ ଏହି ୮ଟି ଜିନିଷ ଖାଇବା ଜରୁରୀ !

94

ମହିଳା ଏବଂ ପୁରୁଷ ମାନଙ୍କ କେବଳ ଶରୀରର ଲକ୍ଷଣରେ ପରିବର୍ତନ ହୋଇଥାଏ ତାହା ନୁହଁ, ତାଙ୍କର ଶରୀରରେ ଖାଦ୍ୟର ଆବଶ୍ୟକତା ମଧ୍ୟ ଅଲଗା ଅଲଗା ହୋଇଥାଏ । ମହିଳା ମାନଙ୍କ ଶରୀରରେ ହରମୋନ ଜନିତ ଭିନ୍ନତା ଦେଖାଯାଇଥାଏ, ଏହି ସମୟରେ କିଛି ଜରୁରୀ ପୃଷ୍ଟି ପ୍ରଦାନ କରୁଥିବା ଖାଦ୍ୟ ମହିଳା ମାନଙ୍କୁ ବହୁତ ଦରକାର ହୋଇଥାଏ ।

୧- ଅଧିକାଂଶ ମହିଳାଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଇଥାଏ । କ୍ୟାଲସିୟମର ଅଭାବ ଯୋଗୁଁ ହାଡଗୋଡ ଜନିତ ସମସ୍ୟା ଦେଖାଦେଇଥାଏ । ଶରୀରରେ କ୍ୟାଲସିୟମର ମାତ୍ରା ଠିକ୍ ରଖିବା ପାଇଁ କ୍ଷୀର, ପନିର, ଦହି, ଆଦି ଖାଇବା ଜରୁରୀ ହୋଇଥାଏ ।

୨- ଶରୀରରେ ଆଇରନ ରହିବା ମଧ୍ୟ ବହୁତ ଜରୁରୀ । ଆଇରନର ପରିମାଣ କମ ରହିଲେ ଏନିମିଆ ମଧ୍ୟ ହୋଇପାରେ । ଆଇରନ ଦ୍ୱାରା ଆମର କୋଷ ଗୁଡିକୁ ଅମ୍ଳଜାନ ମିଳିଥାଏ । ଶରୀରରେ ଯଦି ଅମ୍ଳଜାନର ପରିମାଣ ଠିକ୍ ନ’ରହେ ତେବେ ହାଲିଆ ଲାଗିଥାଏ । ଚିକେନ୍, ପାଳଙ୍ଗ ଶାଗ, ବିନ୍ସ, ଏବଂ ପ୍ରାୟତଃ ସବୁ ସବୁଜ ପନିପରିବାରେ ଆଇରନ ଭରି ରହିଥାଏ ତେଣୁ ଏହା ଖାଇବା ମଧ୍ୟ ଜରୁରୀ ଅଟେ ।

୩- ଶରୀର ପାଇଁ ଭିଟାମିନ୍-ଡିର ଆବଶ୍ୟକତା ବହୁତ ଅଧିକ । ଶରୀରରେ ଠିକ୍ ପରିମାଣରେ ଯଦି ଭିଟାମିନ୍ –ଡି ନାହିଁ ତେବେ ଶରୀର ଠିକ୍ ଭାବରେ କ୍ୟାଲସିୟମକୁ ଗ୍ରହଣ କରିପାରେ ନାହିଁ । ଭିଟାମିନ୍-ଡି ପାଇଁ ମାଛ ଏବଂ କମଳାର ଜୁସ ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ ।

୪- ମା’ହେବାକୁ ଯାଉଥିବା ମହିଳା ମାନଙ୍କ ପାଇଁ ଫଲିକ୍ ଏସିଡର ବହୁତ ଦରକାରୀ । ଫଲିକ୍ ଏସିଡର ପରିମାଣ ଯଦି ଶରୀରରେ କମ ହୋଇଥାଏ ତେବେ ଏହା ନ୍ୟୁରାଲ ଟ୍ୟୁବକୁ କ୍ଷତି ପହଂଚାଇଥାଏ, ଏହା ମୁଣ୍ଡ ଉପରେ ପ୍ରଭାବ ପକାଇଥାଏ । ପ୍ରଚୁର ପରିମାଣରେ ଜୁସ୍, ବିନ୍ସ, ଏବଂ କାଜୁ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଫଲିକ୍ ଏସିଡ୍ ମିଳିଥାଏ ।

୫- ମଜବୁତ ହାଡ ଏବଂ ଗୋଡ ପାଇଁ ଆବଶ୍ୟକ ହୋଇଥାଏ ପ୍ରୋଟିନ୍ । ଏହାବ୍ୟତିତ ଶରୀରରୁ କୀଟାଣୁକୁ ମଧ୍ୟ ବାହାର କରିବାରେ ଏହା ସାହାଯ୍ୟ କରିଥାଏ । ଚିକେନ୍, ମଟନ, ମାଛ, କାଜୁ, ଓ ଚିନାବାଦାମରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ଭରପୁର ହୋଇ ରହିଥାଏ । ଜଣେ ମହିଳାଙ୍କୁ ପ୍ରତ୍ୟେକ ଦିନ ନିଜ ଶରୀର ପାଇଁ ୪୫ ଗ୍ରାମର ପ୍ରୋଟିନ୍ ଆବଶ୍ୟକ ।

୬- ମହିଳାଙ୍କ ଶରୀର ପାଇଁ ଫାଇବରର ଆବଶ୍ୟକତା ମଧ୍ୟ ରହିଛି । ଫାଇବର କେବଳ ଆପଣଙ୍କ କୋଲେଷ୍ଟ୍ରଲ ଏବଂ ବ୍ଲଡ୍ ସୁଗରକୁ ନିୟନ୍ତ୍ରଣରେ ରଖେ ତାହା ନୁହଁ, ଏହା ହଜମ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଏହାଯୋଗୁଁ ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶରୀରେ ଫାଇବରର ମାତ୍ରାକୁ ବଢାଇବାକୁ ହେଲେ ଖାଦ୍ୟରେ ଫଳ, ପନିପରିବା,ବାଜରା, କାଜୁ, ଏବଂ ଚିନାବାଦମର ବ୍ୟବହାର କରିବା ନିହାତି ଜରୁରୀ ଅଟେ ।

୭- ଉଜ୍ଜଳ ତ୍ୱଚା ପାଇଚା ପାଇଁ ଖାଦ୍ୟରେ ଭିଟାମିନ୍-ସିର ବ୍ୟବହାର ବହୁତ ଜରୁରୀ ଅଟେ । ଏକ ସପ୍ତାହ ଭିତରେ ଦିନକୁ ତିନିଥର କମଳା ଜୁସ୍ ପିଇବା ସହିତ ସମସ୍ତ ଖଟାଫଳ ମଧ୍ୟ ଖାଇବା ଜରୁରୀ । ନିୟମିତ ଖାଦ୍ୟରେ ଲାଲ ଲଙ୍କା, ଏବଂ ଫୁଲକୋବିର ବ୍ୟବହାର କରିବା ଉଚିତ ।

୮- ମହିଳା ମାନଙ୍କ ପାଇଁ ଖାଦ୍ୟରେ ଓମେଗା, ଏବଂ ଫ୍ୟାଟି ଏସିଡର ବ୍ୟବହାର ମଧ୍ୟ ବହୁତ ଜରୁରୀ ଅଟେ । ଯେଉଁସବୁ ଖାଦ୍ୟରେ ଓମେଗା ଏବଂ ଫ୍ୟାଟି ଏସିଡ ରହିଛି ସେହିସବୁ ଖାଦ୍ୟକୁ ଆମେ ଦୈ÷ନନ୍ଦିନ ଆମେ ଖାଉଥିବା ଖାଦ୍ୟ ସହିତ ସାମିଲ କରିବା ଉଚିତ୍ । ସାଁଲମନ୍, ମ୍ୟାକରେଲ, ହେରିଙ୍ଗ, ମାଛକୁ ଖାଦ୍ୟରୁ ଓମେଗା ଏବଂ ଫ୍ୟାଟି ଏସିଡ ମିଳିଥାଏ । ଅଖରୋଟରୁ ମଧ୍ୟ ଓମେଗା ଏବଂ ଫ୍ୟାଟି ଏସିଡ ମିଳିଥାଏ ।