ମୃତ୍ୟୁକୁ ମାତ୍ ଦେଲା ୯ ମାସର ଶିଶୁ କନ୍ୟା ଲକ୍ଷ୍ମୀ, :ମାଁ ର ପଣତ ଦେଲା ପୁର୍ନଃଜନ୍ମ

52

ମୃତ୍ୟୁର ଘାଟିରୁ ବର୍ତି ଯାଇଛି ୮ ମାସର ଶିଶୁକନ୍ୟା । ଦେବଗଡ ଗଇଲୋ ଘାଟିରେ ୩୦୦ ଫୁଟ ତଳକୁ ଖସିପଡିଛି ଯାତ୍ରାପାର୍ଟି ବସ । ହେଲେ କଥାରେ ଅଛି “ରଖେ ହରି ମାରେ କିଏ ” ଏତେବଡ ଦୁର୍ଘଟଣାରୁ ସ୍ୱଭାଗ୍ୟ ବସତଃ ବଂଚି ଯାଇଛି ଶିଶୁ କନ୍ୟା ଲକ୍ଷ୍ମୀ । ଦେବଗଡ ହସ୍ପିଟାଲରେ ମାଆ କୋଳରେ ଅଛି ଲକ୍ଷ୍ମୀ । ତେବେ ମାଆଙ୍କ କହିବା ଅନୁଯାୟୀ ବସରେ ଝିଅର ବାପା ଓ ଭାଇ ବି ଥିଲେ । ସେମାନେ ଆଉ ନାହାନ୍ତି । ଯାତ୍ରାପାର୍ଟି ରେ କାମ କରୁଥିବା ଏହି ପରିବାର ଅଭିନୟ ସାରି ଫେରୁଥିବା ବେଳେ ଗଇଲୋ ଘାଟିରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ରାତିର ସେହି ହୃଦୟ ବିଦାରକ ଦୃଶ୍ୟ , ମାଆ, ଝିଅଙ୍କ ମନରେ ଭୟ ସଂଚାର କରିଛି । ଛୋଟିଆ ଝିଅଟି କିଛି ବୁଝିପାରୁନଥିଲେ ବି ଲୋକଙ୍କ କୋଳାହଳ ଓ ଘଟଣା ରାତିର ଦୃଶ୍ୟକୁ ଦେଖି ହତବାକ୍ ହୋଇଯାଇଛି ।