ସୁସ୍ଥ ଜୀବନ ପାଇଁ ଆଠଟି ସୂତ୍ର ! ଆପଣାନ୍ତୁ ସାରା ଜୀବନ ଖୁସିରେ ରହନ୍ତୁ

114

ଶରୀରକୁ ସୁସ୍ଥ ରଖିବା ପାଇଁ ହସ ସବୁଠୁ ଭଲ ଔଷଧ କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭଲ ଖାଦ୍ୟ ଓ ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଆପଣଙ୍କୁ ସହଜରେ ସାଧାରଣ ରୋଗ ହୋଇନଥାଏ । ପ୍ରତିଦିନ ଗୋଟିଏ ସେଓ ଖାଇଲେ ଆପଣଙ୍କୁ ଡାକ୍ତର ପାଖକୁ ଯିବାକୁ ପଡିନଥାଏ । ଡାଳିମ୍ବ ଜୁସ ଅତ୍ୟଧିକ ଚାପରୁୁ ଦୂରେଇ ରଖେ ।

ତେବେ ଜାଣନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଖାଦ୍ୟ :

– ଡାଳିମ୍ବ ଜୁସ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

– ପ୍ରତିଦିନ ତୁଳସୀ ପତ୍ର ଚୋବାଇବା ଦ୍ୱାରା ପେଟର ଗ୍ୟାସ ସମସ୍ୟା ଦୂର ହୋଇଥାଏ ଓ ଅଲସର ଭଳି ରୋଗକୁ ଧୂର କରିଥାଏ ।

-କଂଚାଲଙ୍କା ସହ ରସୁଣ ଖାଇଲେ ମଧ୍ୟ ଗ୍ୟାସଟ୍ରିକ ସମସ୍ୟା ଦୂର ହୋଇଥାଏ ।

– ମାଇଗ୍ରେନ ରୋଗୀ ଧ୍ୟାନ ଦିଅନ୍ତୁ । ଖାଲି ପେଟରେ ପ୍ରତିଦିନ ଗୋଟିଏ ସେଓ ଖାଇଲେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯାଏ ।

– ଦୁଇ ଚାମଚ ମହୁ ସହ ସମାନ ପରିମାଣର ଅଦା ରସ ମିଶାଇ ପିଇବା ଦ୍ୱାରା ଥଣ୍ଡା, କାଶ, ଶୁଖିଲା କାଶ କମିଯାଏ ।
-ପ୍ରତିଦିନ ସକାଳେ ବିଟକୁ ସିଝାଇ ଖାଇବା ଦ୍ୱାରା କନଷ୍ଟିପେସନ ଦୂର ହୋଇଥାଏ ।

-ମାନସିକ ଚାପ,ବଦହଜମି ଓ ଚିନ୍ତାରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି ।

-ଘରେ ସବୁଠୁ ଭଲ କଫ ଔଷଧ ତିଆରି କରିବେ । ତୁଳସୀ ରସ, ରସୁଣ ରସ ଓ ମହୁକୁ ମିଶାଇ ପ୍ରତି ତିନି ଘଂଟା ବ୍ୟବଧାନରେ ଖାଇବା ଦ୍ୱାରା ଅତ୍ୟଧିକ କଫ ଦୂର ହୋଇଥାଏ ।