ଛତିଶଗଡ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୮ ମୃତ , ୧୪ ଗୁରୁତର !

46

କନକ ବ୍ୟୁରୋ: ଛତିଶଗଡ ଭିଲାଇ ଷ୍ଟିଲପ୍ଲାଂଟରେ ଅଘଟଣ । କୋକ୍ ଓଭନ ନିକଟରେ ମରାମତି ସମୟରେ ଫାଟିଲା ଗ୍ୟାସ ପାଇପ୍ ଲାଇନ୍  । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଚିଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।

ସୁଚନା ମୁତାବକ ଉକ୍ତ ପ୍ଲାଣ୍ଟର କୋକ୍ ଓଭେନରେ ପାଖାପାଖି ୨୦ରୁ ଉଦ୍ଧ୍ୱର୍ ଶ୍ରମିକ କାମ କରୁଥିଲେ । କୋକ୍ ଓଭେନ ପାଶ୍ୱର୍ରେ ଥିବା ଏକ ବ୍ୟାଟେରୀ ନମ୍ବର ୧୧ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତାକୁ ମରାମତି କରୁଥିବା ସମୟରେ ହଠାତ୍ ଗ୍ୟାସ ପାଇପ୍ ଲାଇନରେ ବଡ଼ ଧରଣର ବିସ୍ଫୋରଣ ଘଟିଲା । ଯାହାଫଳରେ ସେଠାରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।