୮ଟି ଦେଶରେ ବ୍ୟାପିଛି ମୋବାଇଲ ବ୍ୟବହାର କରିବାର ରୋଗ । ସର୍ଭେରୁ ମିଳିଲା ସାଂଘାତିକ ତଥ୍ୟ ।

51

ଆଜିକାଲି ମୋବାଇଲ ଫୋନ ମାନବ ଜୀବନର ଏକ ବଡ ଅଂଶ ପାଲଟିଛି । ବହୁ ଲୋକ ଏପରି ଅଛନ୍ତି ଯେଉଁମାନେ ମୋବାଇଲ ସହ ଦିନରାତି ଲାଗି ରହୁଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ମୋବାଇ ବିନା ବଞ୍ଚିବା ଅସମ୍ଭବ ହୋଇପଡିଛି । କିନ୍ତୁ ଏବେ ମୋବାଇଲକୁ ନେଇ ଏପରି ସଂଘାତିକ ଘଟଣା ସାମ୍ନାକୁ ଆସୁଛି ଯାହା ମଣିଷକୁ ମୋବାଇଲ ଠାରୁ ଦୁରେଇ ରଖିବାକୁ ବାଧ୍ୟ କରୁଛି । ମୋବାଇଲ ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଉଛି । ମିଡିଆରେ ମୋବାଇଲ ଦ୍ୱାରା ହେଉଥିବା ଅନେକ ଦୁର୍ଘଟଣା ପ୍ରତିଦିନ ପ୍ରକାଶ ପାଉଛି ।

ମାନବ ଜୀବନରେ ଇଲୋକ୍ଟ୍ରୋନୀକ ଜିନିଷର ଭୂମିକା ବେଶ ଅଧିକ ରହିଛି । ମୋବାଇଲ ଦ୍ୱାରା ଅନେକ କାମ ଘରେ ବସି କରିହେଉଛି । ଦୁରଦୁରାନ୍ତରରେ ରହୁଥିବା ଲୋକମାନଙ୍କ ସହ ଯୋଡି ହୋଇ ରହିବାର ମାଧ୍ୟମ ପାଲଟିଛି ମୋବାଇଲ । ତେଣୁ ଭାରତରେ ପ୍ରାୟ ଅଧାରୁ ଅଧିକ ଜନସାଧାରଣ ପରିବାର ଏବଂ ସାଙ୍ଗସାଥୀଙ୍କୁ ଦେଉତିବା ସମୟରୁ ଅଧିକ ସମୟ ମୋବାଇଲରେ ବିତାଉଛନ୍ତି । ତେବେ ଆମେରିକାନ ଏକ୍ସପ୍ରେସ ଏବଂ ଏକ ସର୍ଭେ କମ୍ପାନୀ ମର୍ନିଙ୍ଗ କଂସଲ୍ଟ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି, ଲୋକମାନେ ନିଜର କାମଠାରୁ ମୋବାଇଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏବଂ କାମ ଠାରୁ ଅଧିକ ସମୟ ମୋବାଇଲରେ ବିତାଉଛନ୍ତି ।

ମର୍ନିଙ୍ଗ କଂସଲ୍ଟ ସର୍ବେ କମ୍ପାନୀର ଜଣେ ବରିଷ୍ଠ ସଦସ୍ୟ ମନୋଜ ଅଦଲଖାଙ୍କ କହିବା ଅନୁଯାୟୀ, ୮ଟି ଦେଶ ଭାରତ, ଅଷ୍ଟ୍ରେଲିଆ, କାନାଡା, ହଂଗକଂଗ, ଜାପାନ, ମେକ୍ସିକୋ, ବ୍ରିଟେନ ଏବଂ ଆମେରିକାରେ ଲୋକମାନେ ସର୍ବାଧିକ ସମୟ ମୋବାଇଲରେ ବିତାଉଛନ୍ତି । କମ୍ପାନୀର ସର୍ଭେରୁ ଏହା ମଧ୍ୟ ଜଣାପଡିଛି, ଭାରତରେ ମାର୍ଚ୍ଚ ୭-୧୪ ତାରିଖ ୨୦୧୮ରେ ଅନଲାଇନ ସର୍ବେକ୍ଷଣ ଜରିଆରେ ପ୍ରାୟ ୨ ହଜାର ଲୋକଙ୍କୁ ମୋବାଇଲ ବ୍ୟବହାର ସମ୍ଫର୍କରେ କିଛି ପ୍ରଶ୍ନ କରାଯାଇଥିଲା । ସେଥିରୁ ଜଣାପଡିଲା ଅଧିକାଂଶ ଲୋକ ଅନ୍ୟ କାମ ଅପେକ୍ଷା ମୋବାଇଲ ଫୋନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।