ଆଜି ପବିତ୍ର ଇଦ୍-ଉଲ୍-ଜୁହା

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ଇଦ୍-ଉଲ୍-ଜୁହା । ମୁସଲମାନ୍ ଭାଇଭଉଣୀମାନଙ୍କ ଦ୍ୱାରା ବଡ଼ ଧୁମଧାମରେ ପାଳନ ହେଉଛି ଏହି ପର୍ବ । ସନ୍ଥ ହଜରତ୍ ଇବ୍ରାହିମ୍ ତାଙ୍କର ଅତିପ୍ରିୟ ଜିନିଷ ବଳି ଦେବା ଦିନକୁ ମନେ ପକାଇ ଏହି ପର୍ବ ପାଳନ କରାଯାଏ । ରାଜଧାନୀରେ ମଧ୍ୟ ଇଦ୍-ଉଲ୍-ଜୁହାକୁ ମୁସଲିମ ସଂପ୍ରଦାୟର ଭାଇ ଭଉଣୀ ଖୁବ୍ ଉତ୍ସାହର ସହ ପାଳନ କରିଛନ୍ତି ।

ଆଜିର ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଏବଂ ଏକତ୍ର ସୁସ୍ୱାଦୁ ଭୋଜନ କରିବାର ପରମ୍ପରା ମଧ୍ୟ ରହିଛି ।