ଆଜି ପବିତ୍ର ଇଦ୍-ଉଲ୍-ଫିତର୍ ! ବିଭିନ୍ନ ମସଜିଦରେ ସକାଳୁ ସକାଳୁ ସମୂହ ନମାଜ ପାଠ

53

କନକ ବ୍ୟୁରୋ: ଆଜି ସାରା ଦେଶରେ ପାଳିତ ହେଉଛି ପବିତ୍ର ଇଦ୍-ଉଲ୍-ଫିତର୍ । ପବିତ୍ର ଇଦରେ ସକାଳ ୭ଟାରୁ ୧୦ ଯାଏଁ ବିଭିନ୍ନ ମସଜିଦରେ ସମୂହ ନମାଜପାଠ ଚାଲିଛି । ଚଳିତ ରମଜାନ ମାସରେ ଅଣତିରିଶା ଚାନ୍ଦ ଦେଖାଦେଇଥିବାରୁ ରାଜ୍ୟ ମୁସଲମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଗତକାଲି ବାଲେଶ୍ୱର ଓ ଭଦ୍ରକରେ ଚାନ୍ଦ ଦେଖାଯିବା ପରେ ଆଜି ଇଦ୍ ପାଳନ ପାଇଁ ନିଷ୍ପତି ହୋଇଥିଲା । ଏହି ଅନୁସାରେ କଟକ କଦମରସୁଲରେ ସାଢେ ୮ଟା ଓ ସାଢେ ୯ଟାରେ ତଥା ଦୁଇଥର ସାମୂହିକ ନମାଜ ଓ ସତୀଚଉରା ଇଦଗା ପଡିଆରେ ସକାଳ ସାଢେ ୧୦ଟାରେ ନମାଜ ପାଠ ପାଇଁ ନିଷ୍ପତି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –