ଅଣ୍ଡା ଆମିଷ ନା ନିରାମିଷ ! ପ୍ରମାଣ ଦେଲେ ବୈଜ୍ଞାନିକ

85

ପ୍ରତିଦିନ ଖାଦ୍ୟସୂଚିରେ ଅଣ୍ଡା ଏକ ଆବଶ୍ୟକୀୟ ଖାଦ୍ୟ ପାଲଟି ଯାଇଛି । ପ୍ରତିଦିନ ଖାଦ୍ୟରେ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ଶରୀର ପ୍ରତି ମଧ୍ୟ ହିତକର ହୋଇଥାଏ । ଅଣ୍ଡାରେ ପୋଷକ ତତ୍ୱ ଅଧିକ ମାତ୍ରାରେ ଥିବାରୁ ଡାକ୍ତରମାନେ ମଧ୍ୟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏଥିସବୁ ମଧ୍ୟରେ ବି ଅଣ୍ଡାକୁ ନେଇ ଲୋକମାନଙ୍କ ମଧ୍ୟରେ ବେଳେବେଳେ ଯୁକ୍ତିତର୍କ ହୋଇଥାଏ, ଅଣ୍ଡା ଆମିଷ କି ନିରାମିଷ ? ଯେଉଁ ଲୋକମାନେ ଅଣ୍ଡାକୁ ମାଂସାହାରି ଖାଦ୍ୟ ବୋଲି ଭାବିଥାନ୍ତି, ସେମାନଙ୍କ ମତରେ ଯେହେତୁ କୁକୁଡା ନନଭେଜ ଖାଦ୍ୟ ଶୃଙ୍ଖଳରେ ରହିଛି ତାର ଅଣ୍ଡା ମଧ୍ୟ ନନଭେଜ ଲିଷ୍ଟରେ ରହିବ । ଏହି ଯୁକ୍ତି ଉପରେ ଅନ୍ୟ କେତେକ ଲୋକ ଏହା ମଧ୍ୟ କହିଥାନ୍ତି, ଯେହେତୁ ଅଣ୍ଡାରୁ କୁକୁଡା ଛୁଆ ବାହାରିଥାଏ ତାହାକୁ ଦୃଷ୍ଟରେ ରଖିଲେ ଅଣ୍ଡା ନିରାମିଷ ହୋଇଥାଏ । ଏବଂ ଯେଉଁମାନେ ଅଣ୍ଡାକୁ ନିରାମିଷ ବୋଲି କୁହନ୍ତି ସେମାନଙ୍କ ଯୁକ୍ତି ଅନୁସାରେ ଯଦି ଗାଇଠାରୁ ବାହାରୁଥିବା କ୍ଷୀର ଶାଖାହାରୀ ହୋଇପାରେ ତେବେ କୁକୁଡା ଦେଉଥିବା ଅଣ୍ଡା ଶାଖାହାରୀ କାହିଁକି ନହୋଇପାରିବ ? ଆସନ୍ତୁ ଜାଣିବା ଏହି ଯୁକ୍ତି ଉପରେ ବୈଜ୍ଞାନିକଙ୍କ ମତାମତ ।

ଏହି କାରଣରୁ ଅଣ୍ଡା ନିରାମିଷ
ଯେଉଁ ମାନେ ଭାବୁଛନ୍ତି ଅଣ୍ଡାରୁ ଛୁଆ ବାହାରୁଥିବାରୁ ଅଣ୍ଡା ଆମିଷ ହୋଇଥାଏ, ସେମାନଙ୍କ ପାଇଁ ଏହା ଜାଣିବା ଜରୁରୀ ଅଟେ କୁକୁଡା ଅଣ୍ଡା ଦିଏ କିପରି । ବାସ୍ତବରେ କୁକୁଡା ପ୍ରତି ଦୁଇଦିନରେ ଅଣ୍ଡା ଦେଇଥାଏ । ଏହାର ଅର୍ଥ ନୁହେଁ ଯେ କେବଳ କୁକୁଡା ଅନ୍ୟଏକ କୁକୁଡା ସଂସ୍ପର୍ଶରେ ଆସିବା ଫଳରେ ଅଣ୍ଡା ଦେଇଥାଏ । ବିନା ସଂସ୍ପର୍ଶରେ ଆସି ମଧ୍ୟ କୁକୁଡା ଅଣ୍ଡା ଦେଇପାରନ୍ତି । ଏବଂ ବିନା ସଂସ୍ପର୍ଶରେ ଆସି କୁକୁଡା ଦେଇଥିବା ଅଣ୍ଡାରୁ ଛୁଆ ଜନ୍ମ ହୋଇନଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଅନଫର୍ଟିଲାଇଜ ଏଗ୍ କୁହାଯାଏ । ଏବଂ ଏହା ନିରାମିଷ ହୋଇଥାଏ ।

ଏହି କାରଣରୁ ଅଣ୍ଡା ଆମିଷ
ଯେଉଁ ମାଇ କୁକୁଡା ଅନ୍ୟ କୁକୁଡା ସଂସ୍ପର୍ଶରେ ଆସି ଅଣ୍ଡା ଦେଇଥାଏ ସେହି ଅଣ୍ଡାକୁ ଆମିଷ କୁହାଯାଇପାରିବ । ଏହି ଅଣ୍ଡାରେ ଜନନକୋଷ ଥାଏ ଯାହା ଦ୍ୱାରା ଅଣ୍ଡାରୁ ଛୁଆ ଜନ୍ମ ହଇଥାଏ । ତେଣୁ ଏହି ଅଣ୍ଡା ଗୁଡିକୁ ମାଂସାହାରୀ କୁହାଯାଇପାରିବ ।

କିପରି ଜାଣିବା କେଉଁ ଅଣ୍ଡା ଶାଖାହାରୀ ଏବଂ କେଉଁ ଅଣ୍ଡା ମାଂସାହାରୀ
ବଜାରରେ ଯେଉଁ ଅଣ୍ଡା ବିକ୍ରି ହୋଇଥାଏ ସେହି ଅଣ୍ଡା ଗୁଡିକ ଫାର୍ମରୁ ଆସିଥାଏ । ବେପାରୀମାନେ ସେଭଳି ଅଣ୍ଡା ବଜାରକୁ ବିକ୍ରି କରିବା ପାଇଁ ପଠାଇଥାନ୍ତି ଯେଉଁଥିରୁ ଛୁଆ ଜନ୍ମ ହେବାର ଆଶଙ୍କା ନଥାଏ । ଏବଂ ଯେଉଁ ଅଣ୍ଡାରୁ ଛୁଆ ଜନ୍ମ ହୋଇପାରିବ ସେଇ ଅଣ୍ଡାଗୁଡିକୁ ବ୍ୟବସାୟୀ ମାନେ ଫାର୍ମରେ ରଖିଥାନ୍ତି । କାରଣ ସେହି ଅଣ୍ଡା ଗୁଡିକରୁ ଛୁଆ ଜନ୍ମ କରି କୁକୁଡାର ସଂଖ୍ୟା ବୃଦ୍ଧି କରିପାରିବେ । ଯଦି ଏଭଳି କଥାରେ ସତ୍ୟତା ରହିଥାଏ ତେବେ ବଜାରରେ ମିଳୁଥିବା ଅଣ୍ଡା ନିରାମିଷ ବୋଲି କୁହାଯାଇପାରିବ ।