କେନ୍ଦ୍ରାପଡା ଆଳିରେ ଜୁଏଲଙ୍କ ଗାଡି ଉପରକୁ ଅଣ୍ଡାମାଡ ଅଭିଯୋଗ ! ଶାସକ ଦଳ କର୍ମୀ ଓ ବିଜେପି ମୁହାଁମୁହିଁ

17

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ । କେନ୍ଦ୍ରାପଡା ଆଳି ବଜାରରେ ଜୁଏଲଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ବିଜେଡି କର୍ମୀ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତିକୁ ଆୟତ କରିବା ପାଇଁ ପୁଲିସ ମୃଦୁ ଲାଠିଚାଳନା କରିଛି ।

ସେପଟେ ରାଜକନିକାରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡିଛି । ଆଳି ନିଆଣ ଛକରେ କେନ୍ଦ୍ରମନ୍ତ୍ରୀ ଜୁଲଏ ଓରାମଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଏହି ଘଟଣାରେ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି । ରାଜକନିକା ଏନଏନ କଲେଜ ପଡିଆରେ “ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗାଦେବା ପାଇଁ କେନ୍ଦ୍ରାପଡା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ।