କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ ବିରୋଧ ! ଅତିଥି ଭବନ ସମ୍ମୁଖରେ ଯୁବ କଗ୍ରେସ ପକ୍ଷରୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ

24

କନକ ବ୍ୟୁରୋ : କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ରାଜ୍ୟଅତିଥି ଭବନ ସମ୍ମୁଖରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ଗାଡି ଉପରକୁ ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ କରାଯିବା ସହ କଳାପତାକା ପ୍ରଦର୍ଶନ କରାଯାଇଛି ।

ଅତିଥି ଭବନରୁ ବାହାରି ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବ କଂଗ୍ରେସ କର୍ମୀ ହଠାତ୍ ରାଧାମୋହନଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଏପରିକି ଗାଡି ସାମାନକୁ ଆସି କଳାପତାକା ପ୍ରଦର୍ଶନ କରିଥିଲେ । ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳିମାଡ ପ୍ରତିବାଦରେ କୃଷି ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି । ପୁଲିସ ଯୁବ କଂଗ୍ରେସ ସଭାପତି ଓ କର୍ମୀଙ୍କୁ ଅଟକ ରଖିଛି ।