ଭୁବନେଶ୍ୱର ମେୟରଙ୍କ ବାସଭବନକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ମେୟରଙ୍କ ୟୁନିଟ ୱାନ ସ୍ଥିତ ବାସଭବନକୁ ଅଣ୍ଡାମାଡ଼ କରାଯାଇଛି ।

ଆଜି ଭୋରରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅତର୍କିତ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି । ନାମ ଫଳକ, ଗେଟ୍‌ ଓ ଗାଡ଼ି ଉପରକୁ ଏହି ଅଣ୍ଡାମାଡ଼ କରାଯାଇଛି । ମେୟରଙ୍କ ଘର ଆଗରେ ବିଜେପି ପତାକା ପୋତି ଦିଆଯାଇଛି । ମେୟରଙ୍କ ଗିରଫ ଓ ଇସ୍ତଫା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :