ମୁଖକେଶରୁ କିପରି ପାଇବେ ମୁକ୍ତି ? ଘରୋଇ ଉପଚାର ମାଧ୍ୟମରେ ଦୁରାନ୍ତୁ ଏହି ସମସ୍ୟା ।

753

ସାଧାରଣତଃ ମୁହଁରେ ଉଠୁଥିବା ଅଦରକାରୀ କେଶ ସୁନ୍ଦରତାକୁ ନଷ୍ଟ କରିଥାଏ । କାରଣ ଏହା ମୁହଁର ଉଜ୍ଜଳତା ହ୍ରାସ କରିଥାଏ । ତେବେ ଏଭଳି ସମସ୍ୟାକୁ ସବୁଦିନ ପାଇଁ ହଟାଇବା ଲାଗି କିଛି ଘରୋଇ ଉପଚାର ପ୍ରୟୋଗ କରିପାରିବେ । ଯାହାଦ୍ୱାରା ଆପଣ ଆପଣଙ୍କ ମୁହଁର ପୂର୍ବ ସୁନ୍ଦରତା ଫେରିପାଇବା ସହ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

• ମୁହଁରୁ କେଶ ହଟାଇବା ପାଇଁ ହଦଳୀରେ ତିଆରି ପ୍ୟାକ ସବୁଠାରୁ ଭଲ ଘରୋଇ ଉପଚାର ଅଟେ । ଏଥିପାଇଁ କଂଚା କ୍ଷୀର ସହ କିଛି ପରିମାଣର ହଳଦୀ ମିଶାଇ ଏହାର ପ୍ୟାକ ପ୍ରସ୍ତୁତ କରନ୍ତୁ । ଆଉ ଏହାକୁ ସଂପୂର୍ଣ୍ଣ ମୁହଁରେ ଭଲଭାବରେ ଲଗାଇ ଦିଅନ୍ତୁ । ପାଖାପାଖି ୧୫ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ସଫା କରି ଦିଅନ୍ତୁ । ଦେଖନ୍ତୁ ମୁହଁରେ ଉଠିଥିବା କେଶ ସଂପୂର୍ଣ୍ଣ ରୂପେ ସଫା ହୋଇଯାଇଥିବ ।

• ଗୋଲାପଜଳକୁ ମଧ୍ୟ ମୁହଁରେ ଉଠିଥିବା କେଶକୁ ହଟାଇବା ପାଇଁ ବ୍ୟବହାର କରିପାରିବେ । ତେବେ ପ୍ରତିଦିନ ମୁହଁକୁ ଦିନକୁ ଦୁଇ ଥର ଲେଖାଏଁ ଗୋଲାପଜଳରେ ସଫା କରନ୍ତୁ । ଏହାଦ୍ୱାରା ମୁହଁରେ ଉଠିଥିବା କେଶଗୁଡିକ ମୃତ ହୋଇଯିବା ସହ ତ୍ୱଚାର ଉଜ୍ଜଳତା ମଧ୍ୟ ବଢିଥାଏ ।

• ଚିନି ଓ ଲେମ୍ବୁକୁ ମିଶାଇ ତିଆରି ହୋଇଥିବା ସ୍କ୍ରବ୍ ମୁହଁରୁ କେଶ ହଟାଇବାରେ ସହାୟକ ହୋଇଥାଏ । ଏଭଳି ସ୍କ୍ରବ୍ ସାଧାରଣତଃ ସମ୍ବେଦନଶୀଳ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ । କାରଣ, ଚିନି ନିର୍ଜୀବ ତ୍ୱଚା ତଥା କେଶକୁ ବାହାର କରି ତ୍ୱଚାରେ ଚମକ ଆଣିଥାଏ । ଆଉ ଲେମ୍ବୁ କେଶର ରଙ୍ଗକୁ ରୁଖା କରିଥାଏ । ତେବେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଦ୍ୱାରା ମୁହଁରେ ଉଠିଥିବା କେଶ ହଟି ଯାଇଥାଏ । ଆଉ ତ୍ୱଚା ଆକର୍ଷଣୀୟ ଦେଖାଯାଇଥାଏ ।

• ମୁହଁରେ ଉଠିଥିବା କେଶକୁ ହଟାଇବା ପାଇଁ ଆପଣ ବେସନକୁ ମଧ୍ୟ ପ୍ରୟୋଗ କରିପାରିବେ । ଏଥିପାଇଁ କିଛି ପରିମାଣର ବେସନରେ ଲେମ୍ବୁ ରସ ମିଶାଇ ତାକୁ ମୁହଁରେ ଲଗାଇ ଦିଅନ୍ତୁ । ଏବଂ ଏହାକୁ ପାଖାପାଖି ୨୦ ମିନିଟ୍ ଛାଡି ଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧିରେ ଧିରେ ସଫା କରିଦିଅନ୍ତୁ । ତେବେ ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବା ଦ୍ୱାରା ସୁଫଳ ମିଳିଥାଏ ।