ପରଦାରେ ପାଶ୍ ପାଠଶାଳାରେ ଫେଲ୍ ! ଦେଖନ୍ତୁ ସ୍ୱଳ୍ପ ଶିକ୍ଷିତା ନାୟିକାଙ୍କ କାହାଣୀ

47

ରିଲ୍ ଲାଇଫରେ କେବେ ଟପ୍ କ୍ଲାସ୍ ବିଜନେସମ୍ୟାନ୍ ତ କେବେ କଲେଜ ପ୍ରଫେସର ଭୂମିକାରେ ଅଭିନୟ କରିଥାନ୍ତି ବି ଟାଉନର ସେଲିବ୍ରିଟି । କିନ୍ତୁ ରିୟଲ୍ ଲାଇଫରେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ଖୁବ୍ କମ୍ ଲୋକ ହିଁ ଜାଣନ୍ତି । ଏମାନଙ୍କ ଭିତରୁ କିଏ କଲେଜର ଚେହେରା ଦେଖି ଡରିଯାଇଛନ୍ତି ତ କେହି କଲେଜ ଦ୍ୱାର ପର୍ଯ୍ୟନ୍ତ ମାଡି ନାହାନ୍ତି । ତେବେ ଜାଣନ୍ତୁ କଣ ରହିଛି ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ।

ସୋନମ୍ କପୁର : ସାୱରିଆ ଗର୍ଲ ସୋନମ୍ କପୁର ସାହିତ୍ୟରେ ଗ୍ରାଜୁଏସନ୍ କରିବାକୁ ଚାହୁଁଥିଲେ । ସେଥିପାଇଁ କଲେଜ ଯିବାକୁ ଫର୍ମ ମଧ୍ୟ ପୂରଣ କରିଥିଲେ । କିନ୍ତୁ ଅଭିନୟରେ ନିଜ କ୍ୟାରିୟର୍ କରିବା ଚକ୍କରରେ ସୋନମଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।

କରୀନା କପୁର : କରୀନା ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ । ତେବେ ସିନେମା ଦୁନିଆରେ ପାଦ ଦେବା ପୂର୍ବରୁ ବେବୋ ମିଠିବାଇ କଲେଜରେ କମର୍ସ କରୁଥିଲେ ଏବଂ ଆଗକୁ ଲ’ କରିବା ପାଇଁ ଚାହୁଁଥିଲେ । କିନ୍ତୁ ୨୦ବର୍ଷ ବୟସରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ପରେ ତାଙ୍କ ପାଠ ପଢା ଅଧାରେ ହିଁ ରହିଗଲା ।

ଐଶ୍ୱର୍ଯ୍ୟା ରାୟ : ‘ଗଡେସ୍ ଅଫ୍ ବିଉଟି’ ନାଁରେ ପରିଚିତ ଐଶ୍ୱର୍ଯ୍ୟା ନିଜର ଗ୍ରାଜୁଏସନ୍ ଜୟ ହିନ୍ଦ୍ କଲେଜରେ କରୁଥିଲେ । ତାପରେ ଆର୍କିଟେକଚର୍ ହେବା ପାଇଁ ଗ୍ରାଜୁଏସନକୁ ଅଧାରେ ଛାଡି ଦେଲେ । ତେବେ ଆର୍କିଟେକ୍ଟ ପଢିବା ଭିତରେ ତାଙ୍କୁ ମଡେଲିଂ ଓ ପରେ ସିନେମା ପାଇଁ ଅଫର୍ ଆସିଲା । ତେବେ ନିଜ ପାଠ ପଢା ଅଧାରେ ରଖି ବଲିଉଡ ଆଡକୁ ମୁହାଁଇଥିଲେ ଏଶ୍ ।

ଦୀପିକା ପାଦ୍ୟୁକୋନ୍ : ‘ୟେ ଯବାନୀ ହୈ ଦିବାନୀ’ ସିନେମାରେ ଜଣେ କଲେଜ ଗର୍ଲର ଅଭିନୟ କରିଥିବା ଦୀପକା ଅସଲ ଜୀବନରେ କଲେଜ୍ ଯାଇଥିଲେ ମଧ୍ୟ ପାଠ ପଢା କିନ୍ତୁ ପୁରା କରି ପାରିନଥିଲେ । ବେଙ୍ଗାଲୁରୁର ମାଉଂଟ୍ କର୍ମେଲ କଲେଜରେ ଆଡମିଶନ୍ ନେଇଥିବା ଦୀପିକା ପାଠ ପଢା ମଝିରେ ହିଁ କଲେଜକୁ ବାଏ ବାଏ କହି ବଲିଉଡ ଆଡକୁ ମୁହଁଇଲେ । ତେବେ ସେ ଇଗନୋ ଏକ ସଟ ଟର୍ମ କୋର୍ସ କରିବା ପାଇଁ ଆବେଦନ ମଧ୍ୟ କରିଥିଲେ । ହେଲେ ଏହା ମଧ୍ୟ ଅଧାରେ ରହିଗଲା ।

ପ୍ରିୟଙ୍କା ଚୋପ୍ରା : ମୁମ୍ବାଇର ଜୟହିନ୍ଦ କଲେଜରେ କ୍ରିମିନାଲ୍ ସାଇକୋଲୋଜିରେ ଗ୍ରାଜୁଏସନ୍ କରୁଥିବା ପ୍ରିୟଙ୍କା ମିସ୍ ୱଲଡ୍ ହେବା ଚକ୍କରରେ କୋର୍ସ ଶେଷ କରିପାରିନଥିଲେ ।

କରିଶ୍ମା କପୁର୍ : କରିଶ୍ମା କପୁରଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମାତ୍ର ୧୬ ବର୍ଷ ବୟସରେ ‘ପ୍ରେମ କଏଦୀ’ ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କରିଶ୍ମା କେବଳ ୬ଷ୍ଠ ଶ୍ରେଣୀ ଯାଏ ପଢିଛନ୍ତି ।