୬ଥର ବଦଳାଯାଇଛି ଭାରତ ଜାତୀୟ ପତାକାର ଚିତ୍ରଣ : ଶେଷଥର ୧୯୪୭ ମସିହା ଜୁଲାଇ ୨୨ରେ ଜାତୀୟ କାଉନସିଲ ହାଉସ ବଦଳାଇଥିଲା ଜାତୀୟ ପତାକାର ରଙ୍ଗ

383

ଚଳିତ ବର୍ଷ ଭାରତ ତାହାର ୭୨ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛି । ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଆମ ଦେଶକୁ ସ୍ୱାଧୀନତା ଦେଇଥିବା ବ୍ୟକ୍ତିମାନଙ୍କୁ ଆମେ ଏହି ଦିବସରେ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥାଉ । ତେଣୁ ସେହି ସ୍ୱାଧିୀନତା ସଂଗ୍ରାମୀମାନେ ଯେଉଁ ପରି ଭାବରେ ନିଜ ଜୀବନକୁ ଦେଶ ସେବାରେ ଲଗାଇଦେଇ ଆମକୁ ସ୍ୱାଧୀନତା ଦେଲେ ତାହା ଅବର୍ଣ୍ଣନୀୟ । ତେବେ ଆମ ଦେଶରେ ଯେଉଁ ପତକା ଉତ୍ତୋଳନ କରାଯାଉଛି ତାହାକୁ ଦେଖିଲେ ସାଧାରଣ ଲୋକ ଭାବନ୍ତି ଏହାର ରଙ୍ଗ ଧଳା, କମଳା ଓ ସବୁଜ କାହିଁକି ହେଲା? ଏହି ପ୍ରକାର ରଙ୍ଗ ହେବାର ମଧ୍ୟ କାରଣ ରହିଛି । ଏହି ପତାକା ସାରା ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିଛି । କେବଳ ଛୁଟି ଦିନରେ ଏହାକୁ ଉତ୍ତୋଳନ କରାଯାଉଥିବା କଥା ଚିନ୍ତା କରିବା ହିଁ ଭୁଲ । କାରଣ ଏହା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ଆମ ଦେଶରେ ଆମ ଦୃଦୟରେ ପ୍ରତ୍ୟେକ ସମୟରେ ଫର ଫର ହୋଇ ଉଡିଚାଲିଛି । ତେବେ ପୂର୍ବରୁ ଏହାର ରଙ୍ଗ ବା ଚିତ୍ର ପ୍ରାୟ ୬ଥର ପରିବର୍ତ୍ତନ କରାଯାଇଥିବା ଜଣାଯାଏ ।

ପ୍ରଥମେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ପାରସି ବାଗନ ସ୍କୋୟାର(ଗ୍ରାନ ପାର୍କ) କଲିକଲତାରେ ଉଦଘାଟନ ହୋଇଥିଲା । ସେତେବେଳ ସମୟରେ ଜାତୀ, ପତାକା ଥିଲା ଏପରି…

 

ପରେ ୧୯୦୭ ମସିହାରେ ଜର୍ମାନୀର ରାଜଧାନୀ ବୋର୍ଲିନରେ ଏକ ବୈଠକରେ ଉତ୍ତୋଳନ କରାଯାଇଥିବା ପତାକା ପୂର୍ବ ଅପେକ୍ଷା ଭିନ୍ନ ଥିଲା । ତେବେ ଏହା ଦେଖିବାକୁ ଯଦିଓ ଭିନ୍ନ ଥିଲା ତେବେ ପୂର୍ବ ପତାକାରେ ଥିବା ପଦ୍ମ ଫୁଲକୁ ଏଠାରେ ଅପସାରଣ କରାଯାଇଥିଲା …

 

୧୯୧୭ ମସିହାରେ ଡ. ଆନେ ବେସନ୍ତ ଓ ଲୋକମାନ୍ୟ ତିଲକ ତୃତୀୟ ଥର ପତାକା ଉତ୍ତୋଳନ ବେଳେ ପୁଣିଥରେ ଏହାର ଭିନ୍ନତା ଦେଖିବାକୁ ମିଳିଥିଲା ।…

 

୧୯୨୧ ମସିହାରେ ଜାତୀୟ କଂଗ୍ରେସ କମିଟିକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ମହାତ୍ମା ଗାନ୍ଧିଙ୍କୁ ଜଣେ ବାଳକ ଏକ ପତାକା ଦେଇଥିଲେ । ତେବେ ସେହି ପତାକାଟି ପୂର୍ବ ଅପେକ୍ଷା ଭିନ୍ନ ଥିଲା । ତେବେ ଏଥିରେ କେବଳ ୨ଟି ରଙ୍ଗର ବ୍ୟବହାର କରାଯାଇଥିଲା । କାରଣ ହିନ୍ଦୁ ଓ ମୁସଲିମ ଧର୍ମର ଲୋକମାନଙ୍କୁ ଏକାଠି କରିବାର ଏହାର ଉଦ୍ଦେଶ୍ୟ ଥିଲା ।…

 

୧୯୩୧ ମସିହାରେ ଜାତୀୟ କଂଗ୍ରେସ ଏକ ପତାକା ତିଆରି କରିଥିଲା । ଯେଉଁଥିରେ କି ତିନୋଟି ରଙ୍ଗ ରହିଥିଲା । ଏହାକୁ ପ୍ରଥମ କରି ଅଗଷ୍ଟ ୩୧ରେ ଉତ୍ତୋଳନ କରାଯାଇଥିଲା ।…

 

ପରେ ଅର୍ଥାତ ଶେଷରେ ୧୯୪୭ ମସିହାରେ ଜୁଲାଇ ୨୨ରେ ଜାତୀୟ କାଉନସିଲ ହାଉସ ଅଧ୍ୟକ୍ଷତାରେ ଏକ ପତାକା ତିଆରି କରାଗଲା । ଯାହା କି ବର୍ତ୍ତମାନ ସମୟରେ ସାରା ଦେଶ ଜାତୀୟ ପତାକା ଭାବରେ ଉତ୍ତୋଳନ କରୁଛି । ଭାରତର ଜାତୀୟ ପତାକା ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଉଥିବାରୁ ତାହାର ରଙ୍ଗ ଏପରି ରଖାଯାଇଥିବା ଜଣାଯାଏ ।