ଟେବୁଲରେ ଶୋଇ ଶୋଇ ସାଲାଇନ ନେଉଛି ଉଚ୍ଚଶିକ୍ଷା ବିଭାଗ :  ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ସରକାରଙ୍କୁ ଛିଗୁଲେଇଲେ ବିରୋଧୀ ଦଳ ଉପନେତା

172

କନକ ବ୍ୟୁରୋ : ସାଲାଇନ୍ ନେଉଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଟେବୁଲରେ ଶୋଇଛି ଏବଂ ସାଲାଇନ୍ ନେଉଛି ବୋଲି ତାଚ୍ଛଲ୍ୟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଦାସ । ସେ କହିଛନ୍ତି, ଓଡ଼ିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଛିଗୁଲେଇ ବିଷ୍ଣୁ ସେଠୀ କହିଛନ୍ତି, ଡାକ୍ତର ବାବୁ ମାନେ ଦେଖୁଛନ୍ତି ହେଲେ ଔଷଧ ଦେଉନାହାନ୍ତି । ଔଷଧ ନଦେଲେ ଟେବୁଲରେ ଶୋଇଥିବା ଉଚ୍ଚଶିକ୍ଷା ବିଭାଗ ଆରୋଗ୍ୟ ହେବାର ସମ୍ଭାବନା ନାହିଁ ।

ଶିକ୍ଷା ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ରାଜ୍ୟର ଉଚ୍ଚ ଶିକ୍ଷା ସମ୍ପୂର୍ଣ୍ଣ ରୁଗଣ । ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିବା କଥା ଚିକ୍ରାର  କଲେ ମଧ୍ୟ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ଥିଲା । ହେଲେ ଆଜି ଦେଶର ୧୦୦ଟି ବିଶ୍ୱବିଦ୍ୟାଳୟ ଭିତରେ ଓଡ଼ିଶାର ଗୋଟିଏ ବି ବିଶ୍ୱବିଦ୍ୟାଳୟର ନାମ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟରେ କିପରି ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା ?

ଅନ୍ୟପଟେ ସେ କହିଛନ୍ତି ୧୯୯୭ ମସିହାରୁ ରାଜ୍ୟରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ନାମରେ ନାମିତ ସତ୍ୟବାଦୀ ଚେୟାର ବନ୍ଦ ହୋଇଯାଇଛି । ସେଦିଗ ପ୍ରତି ସରକାରଙ୍କ ନଜର ପଡ଼ୁନାହିଁ । ଅଥଚ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କିମ୍ବା ଜେଏନୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ଦାବି କରୁଛନ୍ତି ।