ବୟସ ମାତ୍ର ୧୧ ବର୍ଷ କିନ୍ତୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ପାଠ ! ଜାଣନ୍ତୁ ଏଭଳି ଜଣେ ଅସାଧାରଣ ବାଳକ ମହମ୍ମଦ ହସନ୍ ଅଲ୍ଲୀଙ୍କ ବିଷୟରେ । 

280

ହାଇଦ୍ରାବାଦରେ ରହୁଥିବା ଜଣେ ୧୧ ବର୍ଷର ବାଳକ ତା’ଠାରୁ ଦୁଇଗୁଣା ବଡ ଏମ୍.ଟେକ୍ ,ବି.ଟେକ୍ ଛାତ୍ରଛାତ୍ରୀଙ୍କୁ କୋଚିଙ୍ଗ୍ ଦେଉଛି । ଆପଣ ଭାବୁଥିବେ ଏ କିପରି ସମ୍ଭବ କିନ୍ତୁ ଅଦସମ୍ଭବ ଲାଗୁଥିଲେ ବି କଥାଟି ଏକଦମ୍ ସତ ଆଜ୍ଞା। ୧୧ ବର୍ଷର ଏହି ଜିନିଅସ୍ ପିଲାଟିର ନାଁ ହେଉଛି ମହମ୍ମଦ ହସନ୍ ଅଲ୍ଲୀ । ନିଜେ ସପ୍ତମ ଶ୍ରେଣୀର ଛାତ୍ର ହୋଇ ଅଲ୍ଲୀ ଇଞ୍ଜିନିୟରିଂ ପିଲାଙ୍କୁ ପାଠ ପଢାଉଛନ୍ତି । ତେବେ କୋଚିଙ୍ଗ୍ ନେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କ ଠାରୁ କୌଣସି ଫିସ୍ ନେଉନାହାନ୍ତି । ସେ ୨୦୨୦ ମସିହା ଭିତରେ ଏକ ହଜାର ଇଞ୍ଜିନିୟର୍ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଉଦେ୍ଧଶ୍ୟ ରଖିଛନ୍ତି ।

ଆପଣଙ୍କୁ କହିରଖୁଛୁ ସେ ୩୦ ସିଭିଲ୍,ମେକାନିକେଲ୍ ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଡିଜାଇନ୍ ତଥା ଡ୍ରାଫ୍ଟିଙ୍ଗ କୋଚିଂ ଦେଉଛନ୍ତି । ସେ ଗତ ୧ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ତାଙ୍କ କହିବାନୁସାରେ ଛାତ୍ରଛାତ୍ରୀଙ୍କୁ ପଢାଇବାରେ ତାଙ୍କ ପାଠପଢାରେ କୌଣସି ଫରକ ପଡୁନାହିଁ । ସକାଳ ୬ ରୁ ଉଠି ସ୍କୁଲ ଯାଇ ସେ ଘରକୁ ୩ ଟାରେ ପହଞ୍ôଚଯାଆନ୍ତି । ଏହାପରେ ସେ କିଛି ସମୟ ଖେଳି ହୋମୱାର୍କ କରିବା ପାଇଁ ବସିପଡନ୍ତି । ଏହାପରେ ସେ ସନ୍ଧ୍ୟା ୬ ଟା ବେଳେ କୋଚିଙ୍ଗ୍ ସେଣ୍ଟରକୁ ଯାଆନ୍ତି ପଢାଇବା ପାଇଁ ।

ଅଲ୍ଲୀଙ୍କ କହିବାନୁସାର,ସେ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ଫିସ୍ ନିଅନ୍ତି ନାହିଁ କାରଣ ସେ ଦେଶ ପାଇଁ କିଛି କରିବା ପାଇଁ ଚାହୁଁଛନ୍ତି । ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କୁ କିଭଳି ଉପଯୁକ୍ତ ଶିକ୍ଷା ଦିଆଯାଇପାରିବ ଏଥିପାଇଁ ସେ ଇଣ୍ଟରନେଟର ଭରପୁର ଫାଇଦା ଉଠାନ୍ତି । ସେ କୁହନ୍ତି, ଇଣ୍ଟରନେଟ ହେଉଛି ମୋ ଶିକ୍ଷାର ସଂସାଧନ । ସେ ଗୋଟିଏ ଭିଡିଓରୁ ପ୍ରଭାବିତ ହେବା ପରେ ଇଞ୍ଜିନିୟର ଛାତ୍ରଙ୍କୁ ପଢାଇବା ପାଇଁ ମନସ୍ଥ କରିଥିଲେ । ତାଙ୍କ କହିବାନୁସାରେ କିଭଳି ଇଞ୍ଜିନିୟରିଂ କରୁଥିବା ଛାତ୍ରଛାତ୍ରୀ ଭାରତରେ ଶିକ୍ଷା ପାଇ ଚାକିରୀ ଅଭାବରେ ବିଦେଶକୁ ଯାଉଛନ୍ତି । ଏହି ଭିଡିଓ ପରେ ତାଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା ଯେ ଆମ ଦେଶର ଇଞ୍ଜିନିୟରମାନଙ୍କ ପାଖରେ କ’ଣ କମି ରହିଛି ଯେ ସେ ଏଭଳି ପଦକ୍ଷେପ ଆପଣାଉଛନ୍ତି । ଏହାପରେ ସେ ଏଥବରେ ଉପନୀତ ହେଲେ ଯେ ଏଠାକାର ଇଞ୍ଜିନିୟର କମ୍ପ୍ୟୁନିକେସନ୍ ସ୍କିଲ ଏବଂ ଟେକ୍ନିକାଲ୍ ମାମଲାରେ ଖୁବ୍ ପଛୁଆ ଅଛନ୍ତି ଏହାପରେ ସେ ଏହି ଦୂର୍ବଳ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଦେଲେ । ତାଙ୍କ ଛାତ୍ରଛାତ୍ରୀମାନଙ୍କ କହିବାନୁସାର ବୟସରେ କମ୍ ହୋଇଥିଲେ ମଧ୍ୟ ଅଲ୍ଲୀଙ୍କ ପଢାଇବା ପ୍ରକ୍ରିୟା ଖୁବ୍ ଉନ୍ନତ । ଏଥିପାଇଁ ସେ ଯାହା ବି ପଢାଇଲେ ଖୁବ୍ ସହଜରେ ବୁଝିହୋଇଯାଏ ।