ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ! କୋର୍ଟରେ ଉଠିଲା ଗାନ୍ଧି ପରିବାରର ନାଁ ! କଂଗ୍ରେସ କହିଲା ରାଜନୀତି କରୁଛି ଶାସକ ଦଳ ।

173

କନକ ବ୍ୟୁରୋ : କୋର୍ଟରେ ଗାନ୍ଧୀ ପରିବାରର ନାଁ ନେଇଛି ଇଡି । ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର୍ ଦୁର୍ନୀତି ଘଟଣାରେ ଜେରା ବେଳେ ଡିଲର ମଧ୍ୟସ୍ତି ମିଚେଲ୍ ଗାନ୍ଧୀ ପରିବାରର ନାଁ ନେଇଥିବା ନେଇ ପଟିଆଲା ହାଉସ୍ କୋର୍ଟକୁ ଜଣାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡ଼ିର କହିବା ମୁତାବକ, ଜେରା ବେଳେ ଖ୍ରୀଷ୍ଟିଆନ୍ ମିସେଲ୍ ଜଣେ ଇଟାଲୀୟ ମହିଳାଙ୍କ ପୁଅ ଯିଏ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ତାଙ୍କ କଥା ଉଲ୍ଲେଖ କରିଥିଲେ  । ଏ ସମ୍ପର୍କରେ ଅଧିକ ତଦନ୍ତର ଆବଶ୍ୟକତା ଅଛି ବୋଲି ଇଡ଼ି କହିଛି  ।

ହେଲିକପ୍ଟର ଡିଲରେ କିଭଳି ହାଲ୍ ବା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡକୁ ବାଦ ଦିଆଯାଇଥିଲା ଓ ଟାଟା ଗ୍ରୁପକୁ ଏହା ଅଫର୍ କରାଯାଇଥିଲା ସେ ସମ୍ପର୍କରେ ମିସେଲ୍ ମୁହଁ ଖୋଲିଥିବା କୋର୍ଟକୁ ଇଡ଼ି ସୂଚନା ଦେଇଛି  । ସେପଟେ ଏହି ମାମଲାରେ ରାଜନୀତି ହେଉଥିବା କହିଛି କଂଗ୍ରେସ । ଗାନ୍ଧୀ ପରିବାରର ନାଁ ନେବାକୁ ଇଡ଼ି ଉପରେ ଚାପ ପଡୁଥିବା କଂଗ୍ରେସ କହିଛି  । ଏହା ପରେ ମିସେଲଙ୍କୁ ଆଉ ୭ ଦିନ ରିମାଣ୍ଡରେ ପଠାଇଦେଇଛନ୍ତି କୋର୍ଟ  । ସେପଟେ ମିସେଲ୍ ସୋନିଆ ଗାନ୍ଧୀଙ୍କ ଆଡ଼କୁ ଈଶାରା ଦେବା ବିବାଦକୁ ବଢ଼ାଇ ଦେଇଛି  ।