ଡି-ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ! ପୈତୃକ ବାସଭବନ ସମେତ ୩ଟି ସ୍ଥାନରେ ଇଡିର ରେଡ

0

କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର । ଡି-ବ୍ରଦର୍ସଙ୍କ ଆର୍ଥିକ କାରବାର ଉପରେ ଇଡିର ଆଖି ପଡିଛି । ଆଜି ଇଡିର ଅଧିକାରୀମାନେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ପୈତୃକ ବାସଭବନରେ ରେଡ କରିଛି । ଏହାସହ ସେମାନଙ୍କ ତାନ୍ତିଆ କନଷ୍ଟ୍ରକସନ୍ର କଟକ ଅଫିସ ଓ କୋଲକାତା ଅଫିସରେ ଛାପା ମାରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ । ପୂର୍ବରୁ ଦୁଇ ଭାଇଙ୍କୁ ଜେଲ ଭିତରେ ଜେରା କରିଛି ଇଡି ।

Comments are closed.