ବାଜ୍ୟାପ୍ତ ହେବ ହାଇଟେକ୍ ସଂପତ୍ତି ! ଅର୍ଥ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଂଚ୍ ଇଓଡବ୍ଲୁ

26

କନକ ବ୍ୟୁରୋ : ହାଇଟେକ୍ ସଂପତ୍ତିକୁ ବାଜ୍ୟାପ୍ତ କରିବା ଲାଗି ଅର୍ଥ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଂଚ୍ ଇଓଡବ୍ଲୁ । ପୂର୍ବରୁ ଦାଖଲ ହୋଇଥିବା ୬୩କୋଟି ୫୩ ଲକ୍ଷ ୪୯ ହଜାର ୨୨୭ଟଙ୍କାକୁ କ୍ଷତିଗ୍ରସ୍ତଙ୍କ ଭିତରେ ବାଂଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଗତ ଜୁଲାଇ ୨୫ ତାରିଖରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଏହି ନିର୍ଦ୍ଦେଶ ପରେ ଚିଠି ଲେଖିଛି ଇଓଡବ୍ଲୁ ।

ଜମି ଜାଲିଆତି ମାମଲାରେ ଗିରଫ ହାଇଟେକ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ ଓ ଦୁଇ ନିର୍ଦ୍ଦେଶକ ତୁରିପତି ଚୌଧୁରୀ ଏବଂ ମଧୁସୂଦନ ପାଣିଗ୍ରାହୀ ଏହି ଟଙ୍କା ସୁପ୍ରିମକୋର୍ଟଙ୍କ ଟ୍ରେଜେରୀରେ ଜମା କରିଥିଲେ । ଜାମିନ ବାବଦକୁ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଟଙ୍କା ଜମା କରିଥିଲେ ଅଭିଯୁକ୍ତ ।