କିଙ୍ଗ ଖାନଙ୍କୁ ଇଡିର ସମନ ! କୋଲକତା ନାଇଟ୍ ରାଇଡର୍ସ ମାଲିକ ଶାହାରୁଖଙ୍କ ବିରୋଧରେ ଫେମା ଆଇନ ଉଲଂଘନ ଅଭିଯୋଗ

27

ଶାହରୁଖ ଖାନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଇପିଏଲର କୋଲକତା ନାଇଟ୍ ରାଇଡର୍ସ ଟିମ୍ ମାଲିକ ଶାହରୁଖ ଖାନଙ୍କୁ ଫରେନ ଏକ୍ସଚେଂଜ୍ ମ୍ୟାନେଜମେଂଟ୍ ଆକ୍ଟ ଉଲ୍ଲଙ୍ଘନ ବିରୋଧରେ ସମନ ଜାରି କରିଛି ଇଡି । ଜୁଲାଇ ୨୩ତାରିଖ ଦିନ ଇଡିରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ନାଇଟ୍ ରାଇଡର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡର ଗୌରୀ ଖାନ୍, ଜୁହି ଚାୱଲା ଓ ଶାହରୁଖ ଖାନ୍ ଫରେନ ଏକ୍ସଚେଂଜ୍ ମ୍ୟାନେଜମେଂଟ୍ ଆକ୍ଟ ଉଲ୍ଲଙ୍ଘନ କରିଥିବା ଇଡି ପାଖରେ ଅଭିଯୋଗ କରିଛି । ଫେମା ଆଇନ ବିରୋଧରେ ଯାଇ ଭାରତ ବାହାରେ ରହୁଥିବା ବ୍ୟକ୍ତିଙ୍କ ନିକଟକୁ ସେୟାର ଟ୍ରାନ୍ସଫର କରିଥିବା ଇଡି କହିଛି ।

୨୦୧୫ରେ ମଧ୍ୟ ନାଇଟ ରାଇଡର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡର ସେୟାର ବିକ୍ରୀ ପ୍ରସଙ୍ଗରେ ଶାହରୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ମିଳିଥିବା ସୂଚନା ଅନୁଯାୟୀ ୨୦୦୮ରେ କେକେଆର ମରିସସର ଏକ କମ୍ପାନୀକୁ ନିଜ ସେୟାର ବିକ୍ରୀ କରିଥିଲା । ଏହି ଡିଲରେ କେକେଆରର ସେୟାର ମୂଲ୍ୟ କମ୍ କରି ଦେଖାଯାଇଥିଲା । ଶାହରୁଖଙ୍କ ବିରୋଧରେ ଫରେନ ଏକ୍ସଚେଂଜ୍ ମ୍ୟାନେଜମେଂଟ୍ ଆକ୍ଟ ଉଲ୍ଲଙ୍ଘନ ବିରୋଧରେ ଯାଂଚ ଏଜେନ୍ସି ତଦନ୍ତ କରୁଛି ।