ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ଇଡି କରିବ ହସ୍ପିଟାଲର ଆର୍ଥିକ କାରବାରର ଯାଂଚ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ପଶିବ ଇଡି, ଏବଂ ହସ୍ପିଟାଲର ଆର୍ଥିକ କାରବାରର ଯାଂଚ୍ କରାଯିବ । ସମ୍ ହସ୍ପିଟାଲର ଆର୍ଥିକ କାରବାରର ଯାଂଚ୍ କରିବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆଇଟି । କଳାଧନ ସମ୍ପର୍କରେ ଯାଂଚ କରୁଥିବା ଏସ୍ଆଇଟି ଆଜି ଇଡିକୁ ସମର ଆର୍ଥିକ କାରବାରର ଯାଂଚ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସ୍ଆଇଟି ଉପାଧ୍ୟକ୍ଷ ଅରିଜିତ୍ ପଶାୟତ । ଖାଲି ସେତିକି ନୁହେଁ ତଦନ୍ତ ପ୍ରକ୍ରିୟାରେ ପୋଲିସ ଡିଜିଙ୍କୁ ସହଯୋଗ କରିବାକୁ ଏସ୍ଆଇଟି ନିର୍ଦେଶ ମଧ୍ୟ ଦେଇଛନ୍ତି ।