ଦେଶ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ : ବିଜେଡ଼ି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ

127

କନକ ବ୍ୟୁରୋ : ଦେଶ ତୁଳନାରେ ରାଜ୍ୟରେ ଅଧିକ ଅର୍ଥନେତିକ ଅଭିବୃଦ୍ଧି ଘଟୁଛି । ଦେଶ ଅପେକ୍ଷା ଗୋଟିଏ ପାଦ ଆଗରେ ଅଛି ରାଜ୍ୟ । ବିଜେଡ଼ି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ ଏକ ପ୍ରେସମିଟ୍ ଜରିଆରେ ଏକଥା କହିଛନ୍ତି । ଅମର ପଟ୍ଟନାୟକ କହିଛନ୍ତି ଜାତୀୟ ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିଛଇ । ଜାତୀୟ ଅର୍ଥନୀତିରେ ନିମ୍ନଗାମୀ ହେଉଥିବା ବେଳେ ରାଜ୍ୟ ଅର୍ଥନୀତିରେ ଅଭିବୃଦ୍ଧି ଆସିଛି । ଜାତୀୟ ଅର୍ଥନୀତି ହାର ୭.୧% ଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୮.୨ ପ୍ରତିଶତ ।

୨୦୧୩-୧୪ ଠାରୁ ଆଜିଯାଏଁ ପ୍ରତିବର୍ଷ ଲଗାତାର ରାଜ୍ୟର ଅର୍ଥନୀତି ହାର ରହିଛି ୮.୨ ପ୍ରତିଶତ ରହିଛି । ଯାହା ଜାତୀୟ ଅର୍ଥନୀତି ହାର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ବୋଲି ସ୍ପଷ୍ଟ ସୂଚାଇ ଦେଉଛି । ଏଥିରୁ ଜଣାପଡ଼ୁଛି ରାଜ୍ୟରେ ଶିକ୍ଷା, ସାମଜିକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି । ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଅର୍ଥନୈତି ହାର ଅଧିକ ରହିଛି ।

ସୂଚନାଯୋଗ୍ୟ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି । ଜିଡିପି ଅଭିବୃଦ୍ଧିର ହାର ୮.୨ ପ୍ରତିଶତରୁ ୭.୧ ପ୍ରତିଶତକୁ ଖସି ଆସିଛି । ବିମୁଦ୍ରୀକରଣ ଓ ଜିଏସଟି ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ମନ୍ଥର ହୋଇଛି ବୋଲି ଅନେକ ମତ ଦେଇଛନ୍ତି ।