ଆଧାର ନଥିଲେ ମିଳିବନି ରାସନ ! ଜିଏସଟି ବ୍ୟତୀତ ଏହି ବିଷୟରେ ବଦଳିବ ନିୟମ

46

ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହେବା ପାଇଁ ଆଉ କେବଳ ଗୋଟିଏ ଦିନ ବାକି ଅଛି । ନୋଟବନ୍ଦୀ ପରେ ଏହା ସରକାରଙ୍କ ଆଉ ଏକ ବଡ଼ ନିଷ୍ପତିି । ୧ ଜୁଲାଇରେ ଜିଏସଟି ଲାଗୁ ହେବା ପରେ ଅନେକ କିଛି ନିୟମରେ ସୁଧାର ଆସୁଛି, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ । ସୂଚନା ଅନୁସାରେ ୧ ଜଲାଇରୁ ପିଡ଼ିଏସକୁ ଆଧାର ସହ ଯୋଡ଼ା ଯିବ । ଏମିତିରେ ପିଡ଼ିଏସ୍ ସବସିଡ଼ି ପାଉଥିବା ଲୋକେଙ୍କୁ ୧ ଜୁଲାଇ ପୂର୍ବରୁ ନିଜର ରାସନ କାର୍ଡ଼କୁ ଆଧାର ସହ ଯୋଡ଼ିବା ପାଇଁ ପଡ଼ିବ । ଯଦି ଆପଣଙ୍କ ପାଖରେ ଆଧାର ନାହିଁ, ତେବେ ଆପଣଙ୍କୁ ରାସନ ମଧ୍ୟ ମିଳିବ ନାହିଁ ।

– ସରକାର ୧ ଜୁଲାଇରୁ ଇନକମ୍ ଟାକ୍ସ ଦେବା ପାଁଇ ଆଧାରକୁ ଜରୁରୀ କରି ଦେଇଛନ୍ତି । ଏହାର ଅର୍ଥ ୧ ଜୁଲାଇ ପରଠାରୁ ଆଧାର ବିନା ଇନକମ ଟାକ୍ସ ଦେବା ସମ୍ଭବ ହେବ ନାହିଁ ।

– ଟାକ୍ସ ଚୋରୀ ପାଇଁ ଅନେକ ପ୍ୟାନ କାର୍ଡ଼ ବ୍ୟବହାର କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ୧ ଜୁଲାଇରୁ ପ୍ୟାନ୍ କାର୍ଡ଼ ସହ ଆଧାର କାର୍ଡ଼କୁ ଯୋଡ଼ିବା ଅନିବାର୍ଯ୍ୟ ଅଟେ । ଯଦି ଆପଣ ଆୟକର ଅଧିନିୟମ ଧାରା ୧୩୯ଏଏ ଅନୁସାରେ ନିଜର ପ୍ୟାନକୁ ଆଧାର ସହ ଯୋଡ଼ି ନାହାନ୍ତି ତେବେ ଆପଣଙ୍କ ପ୍ୟାନ୍ କାର୍ଡ଼ ଅବୈଧ ହୋଇଯିବ ।

– ଯଦି ଏବେ ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ଼ ନାହିଁ ଓ ଆପଣ ପ୍ୟାନ୍ କାର୍ଡ଼ ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆଧାର କାର୍ଡ଼ ରହିବା ଜରୁରୀ । ଶନିବାର ପରେ ଆପଣ ବିନା ଆଧାର କାର୍ଡ଼ରେ ପାନ କାର୍ଡ଼ ଆବେଦନ କରିପାରିବେ ନାହିଁ ।

– ଏହା ବ୍ୟତୀତ ପାସପୋର୍ଟ ଆବେଦନ ପାଇଁ ଏବେ ଆଧାରକୁ ଜରୁରୀ କରିଦିଆଯାଇଛି । ବିଦେଶ ମନ୍ତ୍ରାଳୟ ଆଧାର ସୁଚନା ଅନୁସାରେ ଆପଣଙ୍କ ପାଖରେ ଆଧାର କାର୍ଡ଼ ନଥିଲେ ଆପଣ ପାସପୋର୍ଟ ମଧ୍ୟ ଆବେଦନ କରିପାରିବେ ନାହିଁ ।

– ଏଚଆଡ଼ି ମନ୍ତ୍ରାଳୟ ଏକ ନୋଟିଫିିକେସନ ଜାରି କରିଛନ୍ତି, ଯେଉଁଠି କୁହାଯାଇଛି ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାମାନେ ସ୍କଲାରସିପ୍ ପାଇବା ପାଇଁ ଚାହୁଁଥିଲେ, ସେମାନଙ୍କୁ ୩୦ ଜୁନ୍ ପୂର୍ବରୁ ନିଜର ଆଧାରର ସବିଶେଷ ବିବରଣୀ ଜମା କରିବା ପାଇଁ ପଡ଼ିବ । ଯାହା ପାଖରେ ଆଧର ନାହିଁ ତାକୁ ସ୍କଲାରସିପ୍ ମିଳିବ ନାହିଁ ।

– କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ୩୦ ଜୁନ୍ ପର୍ଯ୍ୟନ୍ତ ପିଏଫ ଖାତାରେ ଆଧାର ଯୋଡ଼ିବା ପାଇଁ ଆଦେଶ ଦେଇଛନ୍ତି । ଇପିଏଫଓ ମୁତାବକ ଆଧାର ଲିଙ୍କିଙ୍ଗ ଦ୍ୱାରା ୱ୍ୱିଥଡ୍ରଲ୍ ଓ ସେଟଲମେଣ୍ଟ ର ପ୍ରକିୟାରେ କମ ସମୟ ଲାଗିବ ।

– ସିଏ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ୧ ଜୁଲାଇରେ ଏକ ନୂତନ ସିଲାବସ୍ ଲଞ୍ଚ କରିବେ । ଏଥିରେ ନୂଆ କର ପ୍ରଣାଳୀ ଓ ଟାକ୍ସ ସାମିଲ ରହିବ ।

                                                    ସୌଜନ୍ୟ – ଆଜତକ

ଜିଏସଟି ପ୍ରଭାବ ! ମହଙ୍ଗା ହେବ ଅନଲାଇନ୍ ସପିଂ . . ୧ ଜୁଲାଇରୁ ହେବ ଏହି ସବୁ ପରିବର୍ତ୍ତନ