ଅର୍ଥନୈତିକ ବ୍ୟାପାର ସଚିବଙ୍କ ଉପରେ କେନ୍ଦ୍ରର କରୁଣା: ଆହୁରି ତିନି ମାସ ବଢିଲା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

33

କନକ ବ୍ୟୁରୋ : ଅର୍ଥମନ୍ତ୍ରାଳୟର ସଚିବ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ଆହୁରି ତିନି ମାସ ବଢାଇଲେ କେନ୍ଦ୍ର ସରକାର । ମାର୍ଚ୍ଚ ୧ରୁ ମେ ୩୧ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିବା ସୂଚନା ମିଳିଛି । କ୍ୟାବିନେଟ ଆପଏଂଟମେଂଟ କମିଟି ଶକ୍ତିକାନ୍ତଙ୍କ ଅର୍ଥନୈତିକ ବ୍ୟାପାର ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ମଂଜୁରି ଦେଇଛି । ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଆଇଏଏସ ଅଫିସର ଶକ୍ତିକାନ୍ତ ୨୦୧୫ ମସିହା ଅଗଷ୍ଟ ୨୯ରେ ଅର୍ଥନୈତିକ ବ୍ୟାପର ସଚିବ ଭାବେ ନିଯୁକ୍ତି ପାଇଥିଲେ ।