ଏଣିକି ଅନ୍ ଲାଇନରେ ବୁକିଂ କରିପାରିବେ ଇକୋ-କଟେଜ୍ ! ସମୀକ୍ଷା ପରେ ଜଙ୍ଗଲ ଓ ପରିବେଶ ସଚିବଙ୍କ ସୂଚନା

34

କନକ ବ୍ୟୁରୋ: ଅନ୍ ଲାଇନରେ ରାଜ୍ୟର ଇକୋ-କଟେଜ୍ ବୁକ୍ କରିହେବ । ଇକୋଟୁରିଜିମ୍ ପାଇଁ ରାଜ୍ୟରେ ୨୦ଟି ଇକୋ କଟେଜ୍ ପ୍ରତିଷ୍ଠା କରାଯାଇଛି । ଜଙ୍ଗଲ ବିଭାଗ ପକ୍ଷରୁ ଏହି କଟେଜଗୁଡ଼ିକୁ ପ୍ରତିଷ୍ଠା କରାଯାଉଥିବା ବେଳେ ଲୋକେ ଅନ୍ ଲାଇନରେ ଇକୋଟୁରଓଡ଼ିଶା-ଡଟ୍-କମ୍ରେ କଟେଜ୍, ଟେଂଟ୍ ବୁକ୍ କରିପାରିବେ । ସିମିଳିପାଳରେ ୪ଟି ଓ ହୀରାକୁଦରେ ୬ଟି ଇକୋ-କଟେଜ୍ ପ୍ରତିଷ୍ଠା କରାଯାଇଛି । ଆସନ୍ତା ମାସରୁ ପୁରୀ-କୋଣାର୍କ ରୁଟରେ ୬ଟି ଟେଂଟ୍ ପକାଯାଉଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ମୁଖ୍ୟ ଶାସନ ସଚିବ ଆଜି ବିଭାଗର କାର୍ଯ୍ୟ ସମୀକ୍ଷା କଲା ପରେ ଏକଥା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅନ୍ୟପଟରେ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା କମୁଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମାତ୍ର ୪୧ଟି ହାତୀଙ୍କ ମୃତ୍ୟୁ ଘଟିଛି । ପୂର୍ବ ବର୍ଷ ୬୫ଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ହାତୀ କରିଡ଼ରରେ ବନ୍ଧର ଉଚ୍ଚତା ବଢ଼ାଯାଇଛି ଓ ଏଲିଫାଂଟ୍ ଟ୍ରାକରମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ସଚିବ ।