ନିର୍ବାଚଳ ଫଳାଫଳ ନେଇ ନିର୍ବାଚନ ଅଧିକାରୀଙ୍କ ସୂଚନା: ଜାଣନ୍ତୁ ଆପଣଙ୍କ ଲୋକସଭା ଆସନରେ କିଏ ମାରିଛି ବାଜି

319

କନକ ବ୍ୟୁରୋ: ଜାରି ରହିଛି ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା । ଏନେଇ ଆଜି ସାମ୍ବାଦିକ ସମ୍ମିଳୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସୁରେନ୍ଦ୍ର କୁମାରଙ୍କ ସୂଚାନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସ୍କା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରମିଳା ବିଶୋଇ ବିଜୟୀ ହୋଇଥିବା ବେଳେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ ଅଛନ୍ତି । ତେବେ ଭୋଟ ଗଣତି ଶେଷ ହୋଇଥିଲେ ସୁଦ୍ଧା ଯାଂଚ ପରେ ତାଙ୍କୁ ବିଜୟୀ ଘୋଷଣା କରାଯିବ । ସେହିଭଳି ବରଗଡରେ ବିଜେପିର ସୁରେଶ ପୂଜାରୀ ବିଜୟୀ ଘୋଷିତ ହୋଇଛନ୍ତି । ବ୍ରହ୍ମପୁରରେ ଚନ୍ଦ୍ର ଶେଖର ସାହୁ ବର୍ତ୍ତମାନ ସୁଦ୍ଧା ଆଗରେ ଅଛନ୍ତି । ଭଦ୍ରକରେ ବିଜେଡି ଲୋକସଭା ପ୍ରାର୍ଥୀ ଶ୍ରୀମତି ମଂଜୁଲତା ମଣ୍ଡଳୀ ବିଜୟୀ ଥିବା ବେଳେ ଆଉ କିଛି ସମୟ ପରେ ଏନେଇ ବିଧିବଧ ଭାବେ ଘୋଷଣା କରାଯିବ । ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଛନ୍ତି । ସେହିଭଳି ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ବିଜୟୀ ହୋଇଥିବା ବେଳେ କଟକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି ।

ଢେଙ୍କାନାଳ ଲୋକସଭା ଆସନରେ ମହେଶ ସାହୁଙ୍କର ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ ମାତ୍ର କିଛି ସମୟ ପରେ ତାଙ୍କ ରେଜଲ୍ଟ ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି ସିଇଓ । ଜଗତସିଂହପୁର ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଗୁଆ ରହିଥିବା ବେଳେ ଆଉ କିଛି ସମୟ ପରେ ବିଜୟୀ ଘୋଷଣା କରାଯିବ । ସେହିଭଳି ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜୟୀ ଘୋଷଣା କରାଯାଇଛି । କଳାହାଣ୍ଡିରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗୁଆ ଥିବା ବେଳେ ବିଜୟୀ ଘୋଷିତ ଆଉ କିଛି ସମୟ ପରେ କରାଯିବ । କନ୍ଧମାଳରେ ଅଚ୍ୟୁତ ସାମନ୍ତ ବିଜୟୀ ଘୋଷିତ ହୋଇଥିବା ବେଳେ କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବିଜୟୀ ଘୋଷିତ ହୋଇଛନ୍ତି ।

କେନ୍ଦୁଝର ଲୋକସଭା ମଣ୍ଡଳିରେ ବିଜେଡି ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ ଥିବା ବେଳେ ଆଉ କିଛି ସମୟରେ ପରେ ବିଜୟୀ ନେଇ ଘୋଷଣା ହେବ । କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ବିଜୟୀ ହୋଇଛନ୍ତି । ମୟୁରଭଂଜରେ ବିଜେପି ପ୍ରାର୍ଥୀ ବିଶେଶ୍ୱର ଟୁଟୁ ଆଗୁଆ ଅଛନ୍ତି । ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝି ଆଗୁଆ ଅଛନ୍ତି । ପୁରୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟୀ ଘୋଷିତ ହୋଇଛନ୍ତି । ସେହିଭଳି ସମ୍ବଲପୁରରେ ବିଜେପି ପ୍ରାର୍ଥୀ ନିତିଶ ଗଙ୍ଗଦେବ ଆଗୁଆ ଅଛନ୍ତି । ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ଘୋଷିତ ହୋଇଛନ୍ତି ।
ତେବେ ଏଭଳି ଭାବରେ ବିଜେଡି ୧୨ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮ଟି ଆସନରେ ଆଗରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ତେବେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଯାଂଚ ପରତାଳ ପରେ ବିଧିବିଧ ଭାବେ ଘୋଷଣା କରାଯିବା ନେଇ କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ।