ଇକୋଫ୍ରେଣ୍ଡଲି ବିବାହ ! ଗୁପଚୁପ ଠାରୁ ଆଇସକ୍ରିମ ପର୍ଯ୍ୟନ୍ତ ମାଟିରେ ପରସାଗଲା ସମସ୍ତ ବ୍ୟଞ୍ଜନ

68

ଆଜିକାଲି ଖୁବ ଜାକଜମକରେ ବିବାହ ଉତ୍ସବ ପାଳନ ହେଉଛି । ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ସାଙ୍ଗକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । କିିଛି ଲୋକ ନିଜର ଆତ୍ମବଡ଼ିମା ଦେଖାଇ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଉ ନାହାନ୍ତି । ତେବେ ଆପଣ ଜାଣିଥିବେ ବିବାହ ଉତ୍ସବରେ ତିଆରି ହେଉଥିବା ଖାଦ୍ୟ ଯେତିକି ବ୍ୟବହାର ହୁଏ ତା’ଠାରୁ ଅଧିକ ନଷ୍ଟ ହୁଏ । ବିବାହରେ ବ୍ୟବହାର ହେଉଥିବା ସମାଗ୍ରୀ ପରିବେଶ ମଧ୍ୟ ପ୍ରଦୂଷଣ କରାଏ । ବିବାହ ଉତ୍ସବରେ ପରିବେଶ ସୁରକ୍ଷା ପ୍ରତି ଖୁବ କମ ଲୋକ ଧ୍ୟାନ ଦିଅନ୍ତି । ତେବେ ଏବେ ବି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏସବୁ ଉପରକୁ ଯାଇ ବିବାହ କରାଉଛନ୍ତି ।

ତେବେ ଜଣେ ବ୍ୟକ୍ତି ପରିବେଶ ପ୍ରଦୂଷଣକୁ ଧ୍ୟାନରେ ରଖି ନିଜ ପୁଅର ବିବାହ କରାଯାଇଛନ୍ତି । ବିବାହ ଉତ୍ସବରେ ଡିସପୋଜାଲ ଗ୍ଲାସ, ଚଉପତି, ଚାମଚର ବ୍ୟବହାର ନକରି ଇକୋ ଫ୍ରେଣ୍ଡଲି ପାର୍ଟି ଦେଇଛନ୍ତି । ଏଥିରେ ଗୁପଚୁପ ଠାରୁ ଆରମ୍ଭ କରି ଆଇସକ୍ରିମ ପର୍ଯ୍ୟନ୍ତ ସବୁ ବ୍ୟଞ୍ଜନ ମାଟି ପାତ୍ରରେ ପରସା ଯାଇଥିଲା । ଛତିଶଗଡ଼ର ଇମଲିଭାଟା ନିବାସୀ ନାରଦନାମ ଚନ୍ଦ୍ରକାର ନାମକ ଜଣେ ବ୍ୟକ୍ତି ନିଜ ପୁଅର ବିବାହ ଏପରି କରାଇଛନ୍ତି । ଖୁବ କମ୍ ଲୋକ ଏପରି କରିଥାଆନ୍ତି, ଯେଉଁମାନେ ବିବାହରେ ମଧ୍ୟ ପରିବେଶ ପ୍ରତି ଧ୍ୟାନ ଦିଅନ୍ତି ।

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରିଥିବାରୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି । ଲୋକେ ପ୍ରଶଂସାରେ ଚନ୍ଦ୍ରକାରଙ୍କୁ ପୋତି ପକାଉଛନ୍ତି । ଆଉ ସବୁଠାରୁ ଭଲ କଥା ହେଲା ପାନୀୟ ଜଳ ପାଇଁ ମଧ୍ୟ ସେଠାରେ ମାଟି ପାତ୍ରରେ ହିଁ ପାଣି ରଖାଯାଇଥିଲା । ସୂଚନାଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର କରାଯାଇନଥିବା ହେତୁ ଆୟୋଜନ ସ୍ଥଳରେ ବିବାହ ପରେ ମଧ୍ୟ ସଫାସୁତୁରା ଦେଖାଯାଉଥିଲା । ଯାହା ଅନ୍ୟ ସାଧାରଣ ବିବାହ ଉତ୍ସବରେ ଦେଖିବା ପାଇଁ ମିଳେ ନାହିଁ ।