ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ହେଉଛି ଟି-ସାର୍ଟ, ଜାଣନ୍ତୁ କ’ଣ ରହିଛି ଫାଇଦା

36

ଫେବ୍ରିକ୍ ରେ ତିଆରି ପୋଷାକ ପିନ୍ଧିଥିବେ । କିନ୍ତୁ କେବେ ପ୍ଲାଷ୍ଟିକରେ ତିଆରି ପୋଷାକ ପିନ୍ଧିଛନ୍ତି କି ? ଅଧିକାଂଶ ବିଦେଶୀ ବ୍ରାଣ୍ଡ ପ୍ଲାଷ୍ଟିକ ବୋତଲକୁ ରିସାଇକିଲ କରି ନିଜର ପ୍ରଡକ୍ଟ ବନାନ୍ତି । ସେଇଠି ଏକ ବିଦେଶୀ ବ୍ରାଣ୍ଡ Howies ପ୍ଲାଷ୍ଟିକକୁ ନୂଆ ଉପାୟରେ ବ୍ୟବହାର କରି ଡେନିମ୍ ତିଆରି କରେ ।

ଏହାକୁ ଅନୁସରଣ କରି ଏବେ ଭାରତୀୟ ବ୍ରାଣ୍ଡ Alcis Sports ବି ପ୍ଲାଷ୍ଟିକର ବୋତଲକୁ ରିସାଇକିଲ୍ ଅର୍ଥାତ୍ ନୂଆ ଉପାୟରେ ବ୍ୟବହାର କରି ଟି-ସାର୍ଟ ତିଆରି କରୁଛି । ଏହି ବ୍ରାଣ୍ଡ ୱାଣ୍ଡର ଟି ଓ ୱାଣ୍ଡର ପୋଲୋ ଟି –ସାର୍ଟ ରିସାଇକିଲ୍ଡ ପଲିଥିନ୍ ମେଟେରିଆଲର ବ୍ୟବହାରରେ ତିଆରି । ଏହି ସାମଗ୍ରୀରୁ ପାଣି ଓ ସୋଡା ବୋତଲ ପ୍ରସ୍ତୁତ ହୁଏ । ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏହାର ନିର୍ଣ୍ଣୟ ନିଆଯାଇଛି ।

ଏହି ସାମଗ୍ରୀକୁ ସୋଡା, ପାଣି ବୋତଲ, ଖାଇବା ବକ୍ସ ନିର୍ମାଣରେ କାମରେ ଆସେ । ଏହାଦ୍ୱାରା ପରିବେଶକୁ କୈାଣସି ପ୍ରକାରର କ୍ଷତି ପହଂଚାଏ ନାହିଁ । ଏହି ବ୍ରାଣ୍ଡ ମହିଳା ଓ ପୁରୁଷଙ୍କ ପରେ ଏବେ ପିଲାଙ୍କ ଟି-ସାର୍ଟ ଲଂଚ କରିବାର ବିଚାର କରୁଛି ।