ଦୀପାବଳୀ : କିଭଳି ପାଳିବେ ଇକୋ-ଫ୍ରେଣ୍ଡଲି ଦୀପାବଳୀ ।

76

ଦୀପାବଳୀ ହେଉଛି ଏକ ଖୁସି ଏବଂ ଉଲ୍ଲାସର ପର୍ବ କିନ୍ତୁ ଖୁସି ବାଣ୍ଟିବା ଚକ୍କରରେ ଯେ ଆମେ ପରିବେଶର କେତେ ବଡ କ୍ଷତି କରୁଛେ ଏ ବିଷୟରେ ଆମେ ଜାଣିପାରୁନାହେଁ । ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ଦୀପାବଳୀର ବାଣ ପର୍ଯ୍ୟନ୍ତ ସବୁ ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଏ । ତେବେ ଆସନ୍ତୁ ପରିବେଶକୁ କୌଣସି କ୍ଷତି ନ ପହଞ୍ଚାଇ ପାଳିବା ଇକୋ-ଫ୍ରେଣ୍ଡଲି ଦୀପାବଳୀ ।

ସାଜସଜ୍ଜାରେ ପରିବେଶର ଧ୍ୟାନ ରଖିବାକୁ ଭୁଲନ୍ତୁ ନାହିଁ :

ପୂର୍ବରୁ ଘର ସଜାଇବା ପାଇଁ ଆପଣ ରଙ୍ଗିନ୍ କାଗଜ ଏବଂ ରଙ୍ଗୋଲୀର ବ୍ୟବହାର କରୁଥିଲେ କିନ୍ତୁ କିଛି ବର୍ଷ ହେଲା ଘର ସଜାଇବା ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ଏହା ଦୀପାବଳୀ ସକାଶେ ତ ଲାଗିଥାଏ କିନ୍ତୁ ଏହାର କିଛି ଦିନ ପରେ ଏହି ପ୍ଲାଷ୍ଟିକ ସଡକରେ ତଥା ଗଳିରେ ଦେଖିବାକୁ ମିଳିଥାଏ । ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ ।

ବାଣକୁ କରନ୍ତୁ ନାଁ :

ବାଣ ପରିବେଶ ପାଇଁ ଆଦୌ ଠିକ୍ ହୋଇନଥାଏ । ଏହାକୁ ଏକ ଅଭିଯାନ ଭାବି ପ୍ରଥମେ ନିଜେ ଏହାପରେ ବନ୍ଧୁବାନ୍ଧବ ଏବଂ ଘରଲୋକଙ୍କ ବାଣ ନ ଫୁଟାଇବା ପାଇଁ କୁହନ୍ତୁ ।

ବଜାରରେ ମିଳେ ଇକୋ-ଫ୍ରେଣ୍ଡଲି ବାଣ :

ଆପଣ ଯଦି ବାଣ ଫୁଟାଇବାକୁ ଅଧିକ ଭଲ ପାଉଛନ୍ତି ତେବେ ଇକୋ-ଫ୍ରେଣ୍ଡଲି ବାଣ ଫୁଟାନ୍ତୁ । ଏବେ ବଜାରରେ ଇକୋ-ଫ୍ରେଣ୍ଡଲି ବାଣ ମଧ୍ୟ ଉପଲବ୍ଧ ହେଲାଣି । ଏଥିରେ ଧୂଆଁ ଏବଂ ଶବ୍ଦ କମ୍ ଶୁଭାଯାଏ । ଏହା ଅନ୍ୟ କଥା ଯେ ଯୁବବର୍ଗ ଏଭଳି ବାଣକୁ ଆଦୌ ପସନ୍ଦ କରନ୍ତି ନାହିଁ କାରଣ ଏହା କମ୍ ଶବ୍ଦ କରିଥାଏ ।

ମାଟି ଦୀପର ବ୍ୟବହାର କରନ୍ତୁ :

ପୂର୍ବରୁ ମାଟି ଦୀପର ବ୍ୟବହାର କରାଯାଇ ଦୀପାବଳୀ ପାଳନ କରାଯାଉଥିଲା କିନ୍ତୁ ଏବେ ଚମଚମ୍ କରୁଥିବା ଲାଇଟ୍ ଏହାର ସ୍ଥାନ ନେଇଯାଇଛି । ତେଣୁ ଲାଇଟ୍ ବଦଳରେ ମାଟି ଦୀପର ବ୍ୟବହାର କରି ଦୀପାବଳୀ ପାଳନ କରନ୍ତୁ ।