ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ଜୀବନ ପ୍ରତି ଅଛି ବିପଦ . . . .

86

ଆଜିକାଲି ପ୍ରାୟ ଲୋକ ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିବାରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । ସେଥିପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟ ଚାଟ ତିଆରି କରିଥାନ୍ତି । ତେଣୁ ସେମାନେ ରାତିରେ ଖୁବ ଶୀଘ୍ର ରାତ୍ରିଭୋଜନ କରିଥାନ୍ତି । ଆଉ କିଛି ଲୋକ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଭୁଲି ଯାଆନ୍ତି, ଏବଂ ଅନ୍ୟ କେତେକ ବିଳମ୍ବରେ ଖାଇବାକୁ ଭଲ ପାଆନ୍ତି ତେଣୁ ସେମାନେ ରାତ୍ରିରେ ବିଳମ୍ବରେ ଖାଇଥାନ୍ତି । ଏକ ରିପୋର୍ଟ ଅନୁସାରେ ଏହାର ସବୁଠାରୁ ବଡ଼ ସାଇଡ ଇଫେକ୍ଟ ରହିଛି । ଆସନ୍ତୁ ଜାଣିବା ବିଳମ୍ବତ ରାତ୍ରିରେ ରାତ୍ରିଭୋଜନ କଲେ କ’ଣ କ୩ଣ ଅସୁବିଧା ହୁଏ ।

 

 

 

 

 

 

 

 

 

 

 

 

 

 

ଓଜନ ବୃଦ୍ଧି- ରାତିରେ ପାଚନ ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ । ବିଳମ୍ବତ ରାତ୍ରିରେ ରାତ୍ରିଭୋଜନ କରିବା ଦ୍ୱାରା ଶରୀରରେ ଫ୍ୟାଟ ଜମା ହୁଏ, ଏବଂ ମୋଟାପଣ ବଢିଥାଏ ।

ଅଲ୍ସର- ବିଳମ୍ବରେ ଖାଇ ସାରି ଶୋଇବା ପରେ ପେଟରେ ଥିବା ଏସିଡ ଖାଦ୍ୟନଳୀ ଦ୍ୱାରା ମୁହଁକୁ ଆସିଥାଏ । ଏହା ଦ୍ୱାରା ଜଳାପୋଡ଼ା,ଏସିଡିଟି ବ୍ୟତୀତ ଅଲ୍ସର ଏବଂ କ୍ୟାନ୍ସର ଭଳି ସମସ୍ୟା ହୋଇଥାଏ ।

ମଧୁମେହ- ବିଳମ୍ବରେ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ପ୍ରକ୍ରିୟା ଠିକ ଭାବରେ କାମ କରି ନଥାଏ  । ଏହାଦ୍ୱାରା ସୁଗାର ସ୍ତର ବଢିପାରେ ଏବଂ ମଧୁମେହ ହୋଇପାରେ ।

କର୍କଟ- ଏସିଡ ରିପ୍ଲେସ ହେବା ଦ୍ୱାରା ନଳୀ ଉପରେ କୁପ୍ରଭାବ ପଡ଼ିଥାଏ । ଏବଂ ଖାଦ୍ୟନଳୀରେ କର୍କଟ ହୋଇପାରେ ।

ଏସିଡିଟ- ବିଳମ୍ବରେ ଖାଇବା ଦ୍ୱାରା ପାଚନ କ୍ରିୟା ଧୀରେ ଧୀରେ ହୋଇଥାଏ, ଏବଂ ଏସିଡିଟି ହୁଏ ।