ଆଜିଠାରୁ ରେଷ୍ଟୁରାଂଟ-ହୋଟେଲରେ ଖାଇବା ହେଲା ଶସ୍ତା ! ଦେବାକୁ ପଡ଼ିବ ମାତ୍ର ୫ ପ୍ରତିଶତ ଜିଏସଟି

53

କନକ ବ୍ୟୁରୋ : ବାହାରେ ଖାଇବା ହେଲା ଶସ୍ତା । ଆଜିଠାରୁ ବାହାରେ ଖାଇଲେ ଆପଣଙ୍କୁ କମ୍ ଟାକ୍ସ ଦେବାକୁ ପଡ଼ିବ । ସୂଚନାଯୋଗ୍ୟ ଘନ ଘନ ଚାପ ପରେ ଗତ ସପ୍ତାହରେ ନୂଆ ଟିକସ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିଥିଲେ କେନ୍ଦ୍ର ସରକାର । ଜିଏସଟି କାଉନସିଲ ବୈଠକରେ ୨୮ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ଥିବା ୨୦୦ରୁ ଅଧିକ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇ ୧୮ ପ୍ରତିଶତ ରଖାଯାଇଥିଲା । ତେବେ ଆଜି ଠାରୁ ନୂଆ ଟିକସ ହାର ଲାଗୁ ହେଉଛି । ଆଜିଠାରୁ ଆପଣ ଏସି ହୋଟେଲ ହେଉ କି ନନଏସି ହୋଟେଲ ହେଉ ଆପଣଙ୍କୁ ଦୋବକୁ ପଡ଼ିବ ମାତ୍ର ୫ ପ୍ରତିଶତ ଜିଏସଟି ।

ବିଗତ ସପ୍ତାହ ଜିଏସଟି ପରିଷଦ ୨୦୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ମୂଲ୍ୟ ପରିବର୍ତ୍ତନ କରିଥିଲେ । ଏହି ପରିବର୍ତ୍ତନ ଅନୁସାରେ ଅନେକ ଦ୍ରବ୍ୟ ଉପରେ ୨୮ ପ୍ରତିଶତକୁ କମ କରି ୧୮ ଓ ୧୨ ପ୍ରତିଶତ ଟାକ୍ସ ସ୍ଲାବରେ ରଖାଯାଇଛି । ଅନ୍ୟପଟେ ସାମଗ୍ରୀ ଉପରେ ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ ରଖାଯାଇଛି । ତେବେ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଛି ଏସି ଓ ଏସି ନଥିବା ହୋଟଲ ଓ ରେଷ୍ଟୋରାଂଟ ଗୁଡ଼ିକରେ ।

ପୂର୍ବରୁ ଏସି ହୋଟେଲ ଗୁଡ଼ିରେ ୧୮ ପ୍ରତିଶତ ଓ ନନଏସି ହୋଟେଲରେ ୧୨ ପ୍ରତିଶତ ଟାକ୍ସ ଲାଗୁଥିଲା । ଗତ ଶୁକ୍ରବାର ଜିଏସଟି ପରିଷଦ ଏଥିିରେ ବଡ଼ ପରିବର୍ତ୍ତନ କରି ଉଭୟ ପ୍ରକାରର ହୋଟେଲ ପାଇଁ ୫ ପ୍ରତିଶତ ଜିଏସଟି ଦର କରିଦେଇଛନ୍ତି । ତେବେ ଏହାସତ୍ୱେ କିଛି ହୋଟଲରେ ରହିଛି ଯେଉଁଠି ଏବେ ବି ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଯଦି ଆପଣ ଏପରି କୌଣସି ହୋଟଲକୁ ଖାଇବା ପାଇଁ ଯାଆନ୍ତି, ଯେଉଁଠି ଏକ କକ୍ଷର ମୂଲ୍ୟ ଏକ ରାତିରେ ୭୫୦୦ଟଙ୍କାରୁ ଅଧିକ ସେଠାରେ ଆପଣଙ୍କୁ ଏବେ ବି ୧୮ ପ୍ରତିଶତ ଜିଏସଟି ଦେବା ପାଇଁ ପଡ଼ିବ । ତେବେ ଏଥିରେ ପ୍ରାୟତଃ ପଞ୍ଚତାରକା ହୋଟେଲ ଗୁଡ଼ିକ ହିଁ ଆସୁଛନ୍ତି ।

ପଞ୍ଚତାରକା ହୋଟେଲ ବ୍ୟତୀତ ଆଉଟଡୋର କ୍ୟାରଟିଂ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଏହି ମାମଲାରେ ଟାକ୍ସ ସ୍ଲାବରେ କୌଣସି ରିହାତି ଦିଆଯାଇନାହିଁ । ଏସି ଓ ନନଏସି ହୋଟେଲ ଗୁଡ଼ିକରେ ମାତ୍ର ୫ ପ୍ରତିଶତ ଜିଏସଟି ଲଗାଇବା ପରେ ହୋଟଲ ମାଲିକମାନେ ଅସନ୍ତୁଷ୍ଟ ଅଛନ୍ତି । ତେବେ ବିଗତ କିଛି ଦିନ ପୂର୍ବରୁ ହୋଟଲ ମାଲିକମାନେ ଚାର୍ଜ ବଢ଼ାଇବା ପାଇଁ ଚିନ୍ତା କରୁଥିଲେ । ଏପରିସ୍ଥଳେ ଯଦି ହୋଟେଲ ମାଲିକମାନେ ଏପରି କିଛି କରନ୍ତି, ଏହାର ପ୍ରଭାବ ସାଧାଣ ଜନତାଙ୍କ ପକେଟ ଉପରେ ପଡ଼ିବ । ଏପରି ହେଲେ ଜିଏସଟି ମୂଲ୍ୟ କମ ହେଲେ ମଧ୍ୟ ସାଧାରଣ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ।