କୋଷ୍ଠକାଠିନ୍ୟ ସମସ୍ୟାରେ ପିଡୀତ କି ! ଜାଣନ୍ତୁ ମୁକ୍ତି ପାଇବେ କିପରି

92

ଅଦା ସ୍ୱାସ୍ଥ୍ୟ ପାଇଁ ହିତକର । ଅଦାକୁ ଥଣ୍ଡା ବା ଶୀତ ଦିନେ ପ୍ରାୟ ଲୋକ ଖାଇଥାନ୍ତି । ଚା’ରେ ଅଦାକୁ ମିଶାଇ ପିିଇବା ଦ୍ୱାରା ଆରାମ ଲାଗିଥାଏ । ଶୀତ ଋତୁରେ ଅଦା ଖାଇବା ଦ୍ୱାରା ଥଣ୍ଡା ଜ୍ୱର, କଫ ଭଳି ସମସ୍ୟା ଦୂର ହୋଇଥାଏ । ଅଦାରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲସିୟମ ରହିଛି । ଯେଉଁଥିପାଇଁ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା ଅଦାର କେତେକ ଉପକାରିତା ସମ୍ବନ୍ଧରେ ।

ବାନ୍ତି ଲାଗିବା

ବାନ୍ତି ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ ଅଦା । ଯଦି ଆପଣଙ୍କୁ ବାନ୍ତି ଲାଗୁଛି, ତେବେ ଏକ ଚାମଚ ଅଦା ଜୁସ ସହ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ପ୍ରତି ୨ ଘଂଟାରେ ଥରେ ପିଅନ୍ତୁ । ଦେଖିବେ ଆପଣଙ୍କ ବାନ୍ତି ସମସ୍ୟା ଦୂର ହୋଇଯିବ ।

ଆଣ୍ଠୁଗଣ୍ଠି ସମସ୍ୟା

ଅଦାରେ ଆଂଟି-ଇନଫ୍ଲାମେଟ୍ରି ଗୁଣ ରହିଛି, ଯେଉଁଥିପାଇଁ ଅଦା ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବାରେ ସହାୟତା ହୋଇଥାଏ । ସେଥିପାଇଁ ଚା’ରେ ଅଦା ପକାଇ ପିଅନ୍ତୁ । ଦିନରେ ଦୁଇ ଥର ପିଅନ୍ତୁ । ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

ଥଣ୍ଡା ସମସ୍ୟା

ଶୀତ ଦିନରେ ଥଣ୍ଡା ଜ୍ୱର, କଫ ଜନିତ ସମସ୍ୟା ଅନେକ ସମୟ ଦେଖା ଦେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଭାବେ ଅଦା ଖାଆନ୍ତୁ । ଏହା ଶରୀରକୁ ଗରମ କରିବାରେ ସହାୟତା କରିଥାଏ । ଯାହା ଫଳରେ ଆପଣଙ୍କୁ ଆରାମ ମିଳିବ ।

ହୃଦରୋଗ ସମସ୍ୟା

ଅଦା କୋଲେଷ୍ଟ୍ରଲ ସ୍ତରକୁ କମାଇବା ପାଇଁ ସହାଯ୍ୟ କରିଥାଏ । ଏହା ସହ ଉଚ୍ଚରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । ଯାହା ଫଳରେ ହୃଦରୋଗ ସମସ୍ୟା କମ ଦେଖା ଦେଇଥାଏ ।

ପାଚନକ୍ରିୟା

ଗ୍ୟାସ, ଏସିଡ, ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଦା ଉପଯୋଗୀ । ଯେଉଁ ଲୋକଙ୍କ ପେଟ ସମସ୍ୟା ରହିଛି, ସେମାନେ ନିୟମିତ ଭାବେ ଅଦା ଖାଇବା ଭଲ ।

ସକାଳେ ଦୁର୍ବଳ ଲାଗିବା

ସକାଳେ ଦୁର୍ବଳତା ଲାଗିଲେ ଅଦା ଖାଇବା ଭଲ । ପ୍ରତିଦିନ ସକାଳେ ଖଣ୍ଡେ ଅଦା ଖାଆନ୍ତୁ । ଦେଖିବେ ମନ ଭଲ ରହିବ ।