କୋଷ୍ଠକାଠିନ୍ୟ ପାଇଁ କରନ୍ତୁ ଏହି ଆସନ ! ଚୁଟକିରେ ମିଳିବ ଆରାମ

77

ଆଜିକାଲି କେବଳ ବୟସ୍କ ଲୋକମାନେ ନୁହଁ ଯୁବପିଢୀ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାର ଶିକାର ହେଉଛନ୍ତି । ଖାଦ୍ୟ ଶୃଙ୍ଖଳରେ ଅନିୟମିତତା ଓ ପର୍ୟ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ଏହି ରୋଗ ହୋଇଥାଏ । ଏଥିପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । ଏହା ବ୍ୟତିତ ଆପଣ ଯୋଗ କରି ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି ଆସନ ବିଷୟରେ ।

5– ଏହାର ନାମ ହେଲା ଉତ୍ତାନପାଦ ଆସନ । ଏହି ଆସନକୁ କରିବା ସମୟରେ ପାଦକୁ ଏତେ ଜୋରରେ ଟଣାଯାଏ ଯେ ତାହା ପେଟର ତଳ ଅଂଶ ଓ ନାଭି ପର୍ଯ୍ୟନ୍ତ ଆସେ । ଏହି କାରେଣ ଯୋଗୁଁ ଏହି ଆସନ ପେଟ ପାଇଁ ବହୁତ ଲାଭପ୍ରଦ ।

– ଏହି ଆସନକୁ କରିବା ପାଇଁ ପ୍ରଥମେ ସିଧା ଶୋଇ ଯାଆନ୍ତୁ ଓ ଗଭୀର ନିଶ୍ୱାସ ନିଅନ୍ତୁ । ଏବେ ଦୁଇ ପାଦକୁ ଖୋଲା କରି ୪୦ରୁ୬୦ ଡିଗ୍ରୀ ପର୍ଯ୍ୟନ୍ତ ସିଧା ଉଠାନ୍ତୁ । ଏହି ଆସନ କରିବା ସମୟରେ ଧ୍ୟାନ ରଖନ୍ତୁ ଅପଣଙ୍କ ମୁଦ୍ରା ସିଧା ହେବା ଦରକାର ।

– ଦୁଇ ପାଦକୁ ଉପରକୁ ଉଠାଇଲାବେଳେ ନିଶ୍ୱାସ ନିଅନ୍ତୁ ଓ ଯେତେବେଳେ ପାଦକୁ ତଳକୁ ଆଣୁଛନ୍ତି ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ । ଏହା କରିବା ସମୟରେ ଚେହେରାରେ କୌଣସି ପ୍ରକାରର ବିଷାଦ ରହିବା ଉଚିତ ନୁହଁ ।

– ଏହି ଆସନ ପେଟର ବିଭିନ୍ନ ସମସ୍ୟା ପାଇଁ ବହୁତ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଏହି ଆସନ କରିବା ଦ୍ୱାରା ଗ୍ୟାସ, ଅମ୍ଳ, ବଦହଜମି, ପେଟ ବ୍ୟଥା ଆଦି ରୋଗରୁ ରକ୍ଷା ମିଳେ । ଏହାସହ ଆଣ ଯଦି ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଆସନ ମଧ୍ୟ ବହୁତ ଲାଭପ୍ରଦ ।