ଫଟା ଓଠରୁ ରକ୍ଷା ପାଇବା ପାଇଁ ୪ ଟି ସରଳ ଉପାୟ !

64

ଶରୀରରେ ନିୟମିତ ରୂପେ କିଛି ନା କିଛି ଅସୁବିଧା ଦେଖାଦିଏ । ଏହି ଅସୁବିଧା ମଧ୍ୟରୁ ଗୋଟିଏ ହେଲା ଓଠ ଫାଟିବା । ଯେମିତି ତ୍ୱଚା ପାଟିବା ଦ୍ୱାରା ଆପଣଙ୍କୁ ଭଲ ଲାଗେନି, ସେମତି ତା ଠାରୁ ଅଧିକ ଓଠ ଫାଟିଲେ ଲାଗେ । ଅନେକ ଥର ଦେଖାଯାଏ ଓଠ ଫାଟିବା ଦ୍ୱାରା ରକ୍ତ ମଧ୍ୟ ବାହାରେ । ଓଠ ଫାଟିବାର ଅନେକ କାରଣ ହୋଇପାରେ । ଥଣ୍ଡା ପାଗ, ଶରୀରରେ ପାଣିର କମି, ଠିକ ଲିପବାମର ବ୍ୟବହାର ନକରିବା ଆଦି କାରଣ ହୋଇପାରେ । ଯାହାଦ୍ୱାରା ଓଠ ଫାଟି ରୁକ୍ଷ ଦେଖାଯାଏ । ଆଜି ଆସନ୍ତୁ ଜାଣିବା ଏଥିରୁ କିପରି ବଞ୍ଚିବା ।

୧.ନଡିଆ ତେଲ- ନଡିଆ ତେଲକୁ ଏକ ବାୟୁଚଳାଚଳା ଶୂନ୍ୟ ଜାରରେ କିଛି ଦିନ ପର୍ଯ୍ୟନ୍ତ ରଖନ୍ତୁ । ତେଲ ଜମିଗଲା ପରେ ଏହି ତେଲକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଓଠରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଓଠଫଟାରୁ ଧୀରେ ଧୀରେ ମୁକ୍ତି ମିଳିବ ।

୨-ଘିଅକୁଅାଁରୀ- ମହୁ ଓ ଘିଅକୁଆଁରୀ ଜେଲକୁ ବରାବର ଅନୁପାତରେ ମିଶାଇ ଫ୍ରିଜରେ ରଖନ୍ତୁ । ସବୁଦିନ କିଛି କିଛି ଏହି ମିଶ୍ରଣକୁ ଓଠରେ ଲଗାନ୍ତୁ ଓ ଫଟାଓଠରୁ ମୁକ୍ତି ପାଆନ୍ତୁ ।

୩.ଗୋଲାପ ପାଖୁଡା- ଏକ ଗୋଲାପ ଫୁଲ ସହ ଏକ ଚାମଚ କ୍ଷୀର ମିଳାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାଇ ୧୦ ମିନିଟ ପରେ ଧୋଇ ଦିଅନ୍ତୁ । ନିୟମିତ ଏପରି କରିବା ଦ୍ୱାରା ସୁଫଳ ମଳିବ ।

୪.ଚିନି ଓ ମହୁ- ଏକ ଚାମଚ ଚିନି ଓ ଏକ ଚାମଚ ମହୁ ମିଶାଇ ଓଠରେ ରଖି ସ୍କ୍ରବ କରନ୍ତୁ । ଏପରି କରିବା ଦ୍ୱାରା ଓଠ ନରମ ହେବା ସହ ଏହାର ମୃତକୋଷ ମଧ୍ୟ ବାହାରି ଯିବ ।