ଅଧିକ ବିଜୁଳି ବିଲରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଗରମ ଅନୁଭୂତ ହେବା ପୂର୍ବରୁ ଜାଣନ୍ତୁ କିଛି ଟିପ୍ସ

62

ହୋଲି ପରେ ତାପମାତ୍ରା ବଢିବାରେ ଲାଗିଛି । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସରିନି, ହେଲେ ଏପ୍ରିଲ-ମେ’ ମାସର ଖରା ଅନୁଭବ ହେଲାଣି । ରାଜ୍ୟରେ ଧୀରେ ଧୀରେ ପାରଦ ବଢି ବଢି ଚାଲିଛି । ପାହାଡି ଅଂଚଳ ତଥା ଜଙ୍ଗଲ ଅଚଂଳକୁ କଥା ଛାଡିଦେଲେ, ସହାରାଂଚଳ ଗୁଡିକରେ ମାର୍ଚ୍ଚମାସ ଆରମ୍ଭରୁ ହିଁ ତାପମାତ୍ରା ବୃଦ୍ଧି ହୋଇଯାଇଛି । ମାର୍ଚ୍ଚ ମାସରୁ ଅନୁଭବ ହେଉଛି ମେ ମାସ ତାତି । ତେବେ ଏଭଳି ସ୍ଥିତିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ତେବେ ଏହି ସବୁ କାମକୁ ଖୁବ ଶୀଘ୍ର ଆରମ୍ଭ କରିଦିଅନ୍ତୁ । ଗରମ ଦିନ ଆରମ୍ଭ ହେବା ମାତ୍ରେ ବିଦ୍ୟୁତ ବ୍ୟବହାର ଅଧିକ ବଢିଥାଏ । ଲୋକମାନେ ଏୟାର କଣ୍ଡିସନର, ଫ୍ରିଜ, କୁଲର, ଫ୍ୟାନକୁ ଅଧିକ ବ୍ୟବହୃତ କରିଥାଆନ୍ତି ।

ଗରମ ଦିନ ଆରମ୍ଭ ହେବା ପୂର୍ବରୁ ଯଦି ଏସିର ସର୍ଭିସ କରିବା ସହିତ ଫିଲଟର ପରିବର୍ତ୍ତନ କରାଯାଏ ତେବେ ବିଦ୍ୟୁତ ଶୁଳ୍କ ୧୫ରୁ୨୦ ପ୍ରତିଶତ କମି ଯିବାର ସମ୍ଭାବନା ରହିଛି । ଏପରି କରିବା ଦ୍ୱାରା ବିଜୁଳି କମ ଖର୍ଚ୍ଚ ହୋଇଯିବ । ଗ୍ରୀଷ୍ମ ଋତୁରେ ପାଣି ମଧ୍ୟ ଖୁବ ଜରୁରୀ । ତେବେ ପାଇପ ଲାଇନ ଠିକ କରିବା ସହ ପାଣି ମୋଟରକୁ ମଧ୍ୟ ଓଏଲିଂ କରି ଦିଅନ୍ତୁ । ଏଥିରୁ ମଧ୍ୟ ବିଦ୍ୟୁତ ବଂଚିପାରିବ । ଯଦି ଘରେ ସୋଲାର ପ୍ୟାନେଲ ଲଗାଉଛନ୍ତି, ତେବେ କିଛି ପରିମାଣର ବିଦ୍ୟୁତ ମଧ୍ୟ ବଂଚିପାରିବ । ଏହାଦ୍ୱାରା ବିଦ୍ୟୁତ ବ୍ୟବହାର କମିବାର ସମ୍ଭାବନା ରହିଛି ।

ଗ୍ରୀଷ୍ମ ଦିନରେ ପୋଷାକରୁ ଅଧିକ ଦୁର୍ଗନ୍ଧ ବାହାରେ । ଫଳରେ ୱାସିଂ ମେସିନର ବ୍ୟବହାର ମଧ୍ୟ ଅଧିକ ହୋଇଥାଏ । ତେବେ ଏହି ସମୟରେ ୱାସିଂ ମେସନକୁ ସର୍ଭିସ କରିବା ଦ୍ୱାରା ବିଜୁଳି ବିଲ୍ କମିବାର ସମ୍ଭାବନା ରହିଛି । ଘରର ବଲବ ଓ ଟ୍ୟୁବଲାଇଟ ସ୍ଥାନରେ ଏଲଏଇଡି ଲଗାନ୍ତୁ । କାରଣ ୫ ୱାଟର ଏଲଇଡି ୨୦ରୁ ୨୫ ୱାଟ ସିଏଫଏଲର ପରି ଆଲୋକ ଦେଇଥାଏ । ଏବଂ ବିଜଳୁି ବିଲ୍  କମିବାର ମଧ୍ୟ ସମ୍ଭାବନା ରହିଛି ।

ଘରେ ବ୍ୟବହୃର ହେଉଥିବା ବିଦ୍ୟୁତ ଉପକରଣରକୁ କାମ ସରିଲା ମାତ୍ରେ ଏହାକୁ ବନ୍ଦ କରି ଦିବା ଭଲ । ସାଧାରଣତଃ ଘରେ ବ୍ୟବହୃତ ହେଉଥିବା ଟିଭି ୧୦୦ ୱାଟର ଥାଏ । ଯଦି ଆପଣ ପ୍ରତିଦିନ ୧୦ ଘଂଟା ବିଦ୍ୟୁତ ବ୍ୟବହାର କରୁଛନ୍ତି, ତା’ହେଲେ ପ୍ରତିଦିନ ୧ ୟୁନିଟ ବିଦ୍ୟୁତ ବ୍ୟବହୃତ କରୁଛନ୍ତି । ଏହି କ୍ରମରେ ମାସକୁ ୩୦ ୟୁନିଟ ବିଦ୍ୟୁତ ବ୍ୟବହୃତ କରୁଛନ୍ତି ।