ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆରମ୍ଭ । ଅମିତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ, ନବୀନ-ମମତା-ନୀତିଶ ଯୋଗ ଦେଇଥିବା ବେଳେ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଦେଇଛନ୍ତି ଯୋଗ

124

କନକ ବ୍ୟୁରୋ : ଆରମ୍ଭ ହେଲା ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ । ରାଜ୍ୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଦଳରେ ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି ।

ବୈଠକରେ ନକ୍ସଲବାଦ, କୋଇଲା ରୟାଲଟି, ବିଭିନ୍ନ ରେଳ ପ୍ରକଳ୍ପ, ଟେଲିକମ ଓ ଇଂଟରନେଟ୍ କନେକଟିଭିଟି, ଆଧାର ଡାଟାର ବ୍ୟବହାର ଓ କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଦୀର୍ଘ ୨୯ ବର୍ଷ ପରେ ଓଡିଶାରେ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକ ବସୁଛି ।

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ଅପରାହ୍ନ ୨ଟାରେ ଅମିତ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେବା ପରେ ସନ୍ଧ୍ୟାରେ ଦଳୀୟ ନେତାଙ୍କୁ ଭେଟିବେ । ଏହାସହ ପୁରୀ ମେ ଫେୟାରରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଅମିତ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ।