ନୂଆ ରୂପ, ଆଉ ନୂଆ ରଙ୍ଗରେ ଆସୁଛି ଇଷ୍ଟର୍ଣ୍ଣ ଅପେରା !

99

କନକ ବ୍ୟୁରୋ : ଏକ ନୂଆ ରୂପ, ଆଉ ନୂଆ ରଙ୍ଗରେ ଆସୁଛି ଇଷ୍ଟର୍ଣ୍ଣ ଅପେରା । ଯାତ୍ରା ଜଗତର ନାମୀ ଦାମୀ କଳାକାରଙ୍କୁ ନେଇ ଇଷ୍ଟର୍ଣ୍ଣ ଅପେରା ଆରମ୍ଭ କରିଛି ତାର ନୂତନ ଯାତ୍ରା । ଏ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଇଷ୍ଟର୍ଣ୍ଣ ଅପେରାର ଏକ ପ୍ରଚାର ଗାଡିକୁ ପତକା ଦେଖାଇ ଉଦଘାଟନ କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ଇଷ୍ଟର୍ଣ୍ଣ ଅପେରାର ବହୁ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ । ଇଷ୍ଟର୍ଣ୍ଣ ଅପେରା ଏ ବର୍ଷ ଯାତ୍ରା ଜଗତରେ ରାଜ୍ କରିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ ।