ମୋଦି ସରକାରଙ୍କ ପାଇଁ ଖୁସି ଖବର ଆଣିଲା ବିଶ୍ୱବ୍ୟାଙ୍କ୍ ! ଇଜ୍ ଅଫ୍ ଡୁଇଂ ବିଜନେସ୍ ର‌୍ୟାଙ୍କିଂରେ ଭାରତର ଆଖିଦୃଶିଆ ଉନ୍ନତି

ଭାରତରେ ବ୍ୟବସାୟ କରିବା ହେଲା ଆହୁରି ସହଜ

116

କନକ ବ୍ୟୁରୋ : ଇଜ୍ ଅଫ୍ ଡୁଇଂ ବିଜନେସ ର‌୍ୟାଙ୍କିଂରେ ଭାରତର ଆଖିଦୃଶିଆ ଉନ୍ନତି । ମୋଦି ସରକାରଙ୍କ ପାଇଁ ଏହି ଖୁସି ଖବର ଆଣିଛି ବିଶ୍ୱବ୍ୟାଙ୍କ । ଗତବର୍ଷ ତୁଳନାରେ ୨୩ ପାହାଚ ଉପରକୁ ଉଠି ଭାରତର ର‌୍ୟାଙ୍କ ୭୭ରେ ପହଁଚିଛି । ଦୁଇ ବର୍ଷ ଭିତରେ ଭାରତର ର‌୍ୟାଙ୍କରେ ୫୩ ପାହାଚର ଉନ୍ନତି ହୋଇଛି । ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ୬ଟି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିବାରୁ ଏହାର ର‌୍ୟାଙ୍କରେ ଉନ୍ନତି ହୋଇଛି । ଦକ୍ଷିଣ ଏସିଆର ପ୍ରଥମ ଓ ବ୍ରିକ୍ସ ରାଷ୍ଟ୍ର ସମୂହର ତୃତୀୟ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଛି । ଭୁଟାନ୍ ପରେ ଭାରତ ଏକମାତ୍ର ଦେଶ ଯାହା ର‌୍ୟାଙ୍କିଂରେ ଏଭଳି ଉନ୍ନତି ଆଣିପାରିଛି ।

ଶ୍ରେଷ୍ଠ ଉନ୍ନତି ହାସଲ କରିଥିବା ଦେଶ ଗୁଡିକ ମଧ୍ୟରୁ ଭାରତ ଗୋଟିଏ ବୋଲି ବିଶ୍ୱବ୍ୟାଙ୍କ କହିଛି । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ବେଳେ ଭାକତର ର‌୍ୟାଙ୍କ ୧୪୨ ଥିଲା । ୨ ବର୍ଷ ତଳେ ଏହାର ର‌୍ୟାଙ୍କ ୧୩୦ ଥିଲା । ଗୋଟିଏ ବର୍ଷ ଭିତରେ ୩୦ ପାହାଚ ଉନ୍ନତି ସହିତ ଗତବର୍ଷ ଭାରତର ର‌୍ୟାଙ୍କ ୧୦୦ରେ ପହଁଚି ଯାଇଥିଲା । ଭବିଷ୍ୟତରେ ଯେଭଳି ଭାରତ ଶ୍ରେଷ୍ଠ ୫୦ ର‌୍ୟାଙ୍କ ଭିତରେ ପ୍ରବେଶ କରିପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି ବୋଲି ବିଶ୍ୱବ୍ୟାଙ୍କ କହିଛି ।