ଥରିଲା ଉତ୍ତର ଭାରତ: ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା, ଦିଲ୍ଲୀ ଏନସିଆର ସମେତ ପଂଜାବ,ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀରରେ ଝଟକା । ରିକ୍ଟର ସ୍କେଲର ତୀବ୍ରତା ୬ ଦଶମିକ ୬

33

କନକ ବ୍ୟୁରୋ: ଉତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା । ଦିଲ୍ଲୀ ଏନସିଆର ସମେତ, ପଞ୍ଜାବ, ଜମ୍ମୁକଶ୍ମୀର, ହିମାଚଳପ୍ରଦେଶର ସିମଲା, କୁଲୁ ଅଂଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ଦଶମିକ ୬ରହିଛି । ତେବେ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି ।

ସୂଚନା ମୁତାବକ, କେନ୍ଦ୍ର ଏସୀୟ ଦେଶ ତାଜିକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଆଜି ଭାରତୀୟ ସମୟ ଅପରାହ୍ନ ୪ଟା ୧୫ ମିନିଟରେ ଏକ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଏହି ଦୁଇ ଦେଶ ସମେତ ପାକିସ୍ତାନ ଓ ଉତ୍ତରଭାରତରେ ଅନୁଭୂତ ହୋଇଛି । ଏହା ତାଜିଖସ୍ତାନର ୬୭ ମାଇଲ ଦକ୍ଷିଣରେ ଥିବା ଖୋରୋ ରାଜ୍ୟରେ ହୋଇଛି ।

ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଅନେକ କୋଠା ଦୋହଲିବାର ଦେଖାଯାଇଥିଲା । ଏହା ପ୍ରଭାବ ଭାରତର ପଂଜାବ, ହରିୟାନା, ଦିଲ୍ଲୀ, ହିମାଚଳପ୍ରଦେଶ ଓ କାଶ୍ମୀର ଉପରେ ମଧ୍ୟ ପଡିଥିବା ସୂଚନା ମିଳିଛି । ତେବେ ଏହି ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏହି ଭୂମିକମ୍ପର ତୀବ୍ରତା ୬ଦଶମିକ ୬ ଥିବା ବୋଲି କହିଛି ।