ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ! ରିକ୍ଟର ସ୍କେଲରେ ତୀବ୍ରତା ୫.୬ ସୂଚନା ।

84

କନକ ବ୍ୟୁରୋ : ଥରିଲା କାଶ୍ମୀର । ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଥିବା ଜଣାପଡିଛି । ସେପଟେ ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ପଶ୍ଚିମ କଶ୍ମୀର ଭୂ-କମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି। ଭାରତ ବ୍ୟତୀତ ପାକିସ୍ତାନର ଇସଲାମାବାଦ, ଲାହୋର ଏବଂ ରାୱଲପିଣ୍ଡିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ।