ପୁଣି ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ

ଶନିବାର ପ୍ରତ୍ୟୁଷରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ସଂଘଠିତ ହୋଇଛି

107
କନକ ବ୍ୟୁରୋ : ଶନିବାର ପ୍ରତ୍ୟୁଷରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ସଂଘଠିତ ହୋଇଛି। ଭୂମିକମ୍ପ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ହୋଇଥିବାର ଖବର ଆସିଛି। ରିକ୍ଟର୍ ସ୍କେଲ ରେ ଏହାର ତୀବ୍ରତା ୪. ୭ ହୋଇଥିବା ଜଣାପଡ଼ିଛି। ପାହାନ୍ତା ୪: ୪୪ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପନ ହୋଇଥିବା କଥା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ଏଯାବତ୍ ମିଳିନାହିଁ। ଭୂକମ୍ପନର କେନ୍ଦ୍ରସ୍ଥଳ ଏବଂ ଗଭୀରତା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଶୁକ୍ରବାର ଅପରାହ୍ଣରେ ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାେଓ୍ଵସି ପ୍ରଦେଶରେ ସଂଘଠିତ ଭୂମିକମ୍ପ ପରେ ପରେ ଭିନ୍ନ ଭିନ୍ନ ତୀବ୍ରତାସମ୍ପନ୍ନ ୨୦ ଥର କମ୍ପନ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଛି। ରିକ୍ଟର୍ ସ୍କେଲରେ ଭୂକମ୍ପ ପରର କମ୍ପନ ୫. ୬ ରୁ ୩. ୪ ମଧ୍ୟରେ ଥିବା କଥା ଇଣ୍ଡୋନେସିଆର ପାଣିପାଗ ବିଭାଗ କହିଛି। ଗତକାଲିର ଭୂକମ୍ପନ ପରେ ସେଠାରେ ସୁନାମି ସତର୍କତା ଜାରି କରାଯାଇଥିଲା।