ଥରିଲା ପଶ୍ଚିମ ଓଡ଼ିଶା: ସମ୍ବଲପୁର ଓ ଝାରସୁଗୁଡ଼ାରେ ଭୂକମ୍ପ ଝଟକା, ଛାନିଆରେ ଘର ଛାଡ଼ି ଧାଇଁଲେ ଲୋକେ ।

612

କନକ ବ୍ୟୁରୋ: ଥରିଲା ପଶ୍ଚିମ ଓଡ଼ିଶା । ସମ୍ବଲପୁର ଓ ଝାରସୁଗୁଡ଼ାରେ ମୃଦୁ ଭୂକମ୍ପ ଝଟକା । ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ତେବେ ସମ୍ବଲପୁର, ଧମା, କୁଚିଣ୍ଡା, ରେଙ୍ଗାଲୀ ଓ ଦେବଗଡ଼ରେ ଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । କିନ୍ତୁ ପାଖାପାଖି ୨ରୁ୩ ସେକେଣ୍ଡ ଧରି ହୋଇଥିବା ଭୂମିକମ୍ପ ପ୍ରଭାବରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଫଳରେ ମୃଦୁ ଭୂକମ୍ପ ଝଟକାରେ ଲୋକମାନେ ଘର ବାହାରକୁ ଚାଲିଆସିଥିଲେ ।