ପଶ୍ଚିମବଙ୍ଗରେ ଭୂମିକମ୍ପର ଝଟକା । ଥରି ଉଠିଲା ପୁରା ଅଞ୍ଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ ।

189

କନକ ବ୍ୟୁରୋ : ଥରି ଉଠିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ରବିବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର ସୂଚନା, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଜାରି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପର ଝଟକା ସକାଳ ୧୦.୩୯ ମିନିଟରେ ଅନୁଭୂତ ହୋଇଥିଲା । ପଶ୍ଚିମବଙ୍ଗ ସମେତ ଆଖପାଖ କେତେକ ରାଜ୍ୟରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ଜଣାପଡିଛି । ତେବେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ହସ୍ତଗତ ହୋଇନାହିଁ । କୁହାଯାଉଛି, ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ ।