ଥରିଲା ଉତ୍ତର ଭାରତ ! ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା୬.୨

61

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରହିଥିଲା । କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ-କାଶ୍ମୀର ସମେତ ହରିୟାଣା, ହିମାଚଳ ଓ ପଞ୍ଜାବରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିନ ପ୍ରାୟ ୧୨ଟା ୪୦ ମିନିଟରେ କିଛି ସମୟ ପାଇଁ ଲୋକେ ଏହି ଭୂମିକମ୍ପ ଅନୁଭୂତ କରିଥିଲେ । କାନ୍ଥ-ବାଡ ଦୋହଲିବାରୁ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ । ଭୟଭୀତ ହୋଇ ଲୋକେ ଘର ବାହାରକୁ ଦୌଡ଼ି ଆସିଥିଲେ । ତେବେ ଏହି ଭୂମିକମ୍ପରେ ସେଭଳି କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । ଭୂମିକମ୍ପରେ କିଛି ସମୟ ପାଇଁ ପାକିସ୍ତାନ ମଧ୍ୟ ଦୋହଲିଛି । ଭୂମିକମ୍ପ କେନ୍ଦ୍ରସ୍ଥଳ ଆଫଗାନିସ୍ଥାନର ହିନ୍ଦୁକୁଶ ପର୍ବତମାଳା ବୋଲି ଜଣାଯାଇଛି । ଏହାର ପ୍ରଭାବ ଆଫଗାନିସ୍ତାନ ଓ ପାକିସ୍ତାନ ସହ ଉତ୍ତର ଭାରତରେ ଅନୁଭୂତ ହୋଇଛି । ଏହାସହ ଜମ୍ମୁ-କଶ୍ମୀରର ପୁଂଛ ସହିତ ଅନେକ ଅଂଚଳରେ ଭୂମିକମ୍ପ ଅନୂଭୁତ ହୋଇଛି ।

ତେବେ ଆସନ୍ତୁ ଜାଣିବା ଦିଲ୍ଲୀରେ କାହିଁକି ବାରମ୍ବାର ଭୂମିକମ୍ପ ଅନୁଭୂତ ହୁଏ ?
ଭୂମିକମ୍ପ କ୍ଷେତ୍ରର ଜୋନ ନମ୍ବର ୪ ରେ ଅବସ୍ଥିତ ରାଜଧାନୀ ଦିଲ୍ଲୀ । ଦେଶକୁ ଏହି ପରି ୪ଟି ଜୋନରେ ଆବଣ୍ଟିତି କରାଯାଇଛି । ଜୋନ ୪ ଅନ୍ତର୍ଗତ ଥିବାରୁ ଦିଲ୍ଲୀ ବଡ଼଼ ଝଟକା ସହିପାରିବ ନାହିଁ । ଏହାର ଅର୍ଥ ହେଲା ଦିଲ୍ଲୀରେ ବଡ଼ ଧରଣର ଭୂମିକମ୍ପ ହେଲେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ହିମାଳୟର ଅତି ନିକଟରେ ଅଛି ରାଜଧାନୀ ଦିଲ୍ଲୀ, ଯାହା ଭାରତ ଓ ୟୁରେଶିଆ ପରି ଟେକ୍ନୋଟିକ ପ୍ଲେଟର ମିଶି ତିଆରି ହୋଇଛି । ପୃଥିବୀ ଭିତରେ ଏହି ପ୍ଲେଟରେ ହେଉଥିବା ହଲଚଲ ଯୋଗୁଁ ଦିଲ୍ଲୀ , କାନପୁର ଓ ଲକ୍ଷ୍ନୌ ଅଂଚଳରେ ଭୂମିକମ୍ପର ଭୟ ଅଧିକ ଥାଏ ।