ଥରିଲା ଉତ୍ତର ଓଡିଶା ! ଭୂମିକମ୍ପର ଝଟକା ନେଇ ଲୋକେ ଆତଙ୍କିତ ।

39

କନକ ବ୍ୟୁରୋ : ଉତ୍ତର ଓଡିଶାରେ ଭୂମିକମ୍ପର ଝଟକା । ଉତ୍ତର ଓଡିଶାର କେତେକ ସ୍ଥାନରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ବାଲେଶ୍ୱର, ଭଦ୍ରକ ଓ ବାରିପଦା, ଜଳେଶ୍ୱର, ଭୋଗରାଇ, ବସ୍ତା ଏବଂ ଅନ୍ୟ କେତେକ ସ୍ଥାନରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୂମିକମ୍ପର ଝଟକା ଅନୁଭବ କରିଥିବା କହିଛନ୍ତି । ଆଜି ସନ୍ଧ୍ୟା ସମୟରେ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇଛି । ଭୁପୃଷ୍ଠରୁ ୧୦ କିଲୋମିଟର ତଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମବଙ୍ଗର ହୁଗୁଳି ବୋଲି ଜଣାପଡିଛି ।

ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟରେ ଘରୁ ବାହାରି ପଦାକୁ ପଳାଇ ଆସିଥିଲେ । ଭୂମିକମ୍ପର ଝଟକା ଅନୁଭୂତ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ସନ୍ଧ୍ୟା ୬ଟା ୩୩ ମିନିଟରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।