ଇଣ୍ଡୋନେସିଆରେ ଭୂମିକମ୍ପ ପରେ ସୁନାମୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୮୦ ଟପିଲା : ପାଣିରେ ବୁଡିଗଲା ପାଲୁ ସହର
କନକ ବ୍ୟୁରୋ : ଉତ୍ତର ଇଣ୍ଡୋନେସିଆର ସୁଲାବେସି ଦ୍ୱୀପରେ ଗତକାଲି ଆସିଥିବା ଭୂମିକମ୍ପ ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରଳୟ ସୃଷ୍ଟି କରିଛି । ୭.୫ ତୀବ୍ରତାର ଭୂକମ୍ପ ପରେ ୧୮ ଫୁଟ ଉଚ୍ଚକୁ ଉଠିଥିଲା ସମୂଦ୍ର ଜୁଆର । ସୁନାମି ଫଳରେ ସୁଲାବେସି ଦ୍ୱୀପରେ ଯେଉଁ ଜଳ ପ୍ରଳୟ ସୃଷ୍ଟି ହୋଇଛି ସେଥିରେ ଦିନକୁ ଦିନ ମୃତ୍ୟୂ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୩ ଶହ ୮୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସଂପୂର୍ଣ୍ଣ ପାଣିରେ ବୁଡିଯାଇଛି “ପାଲୁ’ ସହର ।
Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା କହିଛି, ଦଙ୍ଗଲା ସହରର ୩୫ କିଲୋମିଟର ପୂର୍ବରୁ ଭୂମିକମ୍ପର କେନ୍ଦ୍ର ସ୍ଥଳୀ ଥିଲା । ଏହା ପରେ ଶନିବାର ସକାଳୁ ମଧ୍ୟ ମୃଦୁ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି । ସେପଟେ ଭୂମିକମ୍ପ ପ୍ରଭାବରେ ମାଡି ଆସିଥିବା ସମୂଦ୍ର ଜଳ ଜନବସତିରେ ପ୍ରବେଶ କରିଛି । ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୁନାମୀ ଚେତାବନୀ ଜାରି କରିଥିଲେ ବି ତଟବର୍ତୀ ଅଂଚଳକୁ ସୁରକ୍ଷିତ କରାଯାଇପାରିନାହିଁ । ଭୂମିକମ୍ପ ପରେ ଶତାଧିକ ଘର ମାଟିରେ ମିଶିଯାଇଥିବା ବେଳେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ହସ୍ପିଟାଲ, ହୋଟେଲ ଓ ସପିଂ ମଲ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି ।